Below header

ପଣ୍ଡ ହେଲା ଲୁଟ୍ ଯୋଜନା, ଲୁଟ୍ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ

ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ। ବ୍ୟାଙ୍କରେ ପଶି ଷ୍ଟ୍ରଙ୍ଗ ରୁମ୍ କାଟିବାକୁ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ୟୁକୋ ବ୍ୟାଙ୍କରେ ହୋଇଛି ଲୁଟ୍ ଉଦ୍ୟମ। ଦୁବୃର୍ତ୍ତମାମାନେ ଝରକା କାଟି ଭିତରେ ପଶିବା ପରେ ପ୍ରଥମେ ଆଲାର୍ମ ସିଷ୍ଟମକୁ ଅଚଳ କରି ସିସିଟିଭି ତାର କାଟି ଦେଇଥିଲେ ।

କେନ୍ଦୁଝର(କେନ୍ୟୁଜ୍‌): ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ। ବ୍ୟାଙ୍କରେ ପଶି ଷ୍ଟ୍ରଙ୍ଗ ରୁମ୍ କାଟିବାକୁ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ୟୁକୋ ବ୍ୟାଙ୍କରେ ହୋଇଛି ଲୁଟ୍ ଉଦ୍ୟମ । ଦୁବୃର୍ତ୍ତମାମାନେ ଝରକା କାଟି ଭିତରେ ପଶିବା ପରେ ପ୍ରଥମେ ଆଲାର୍ମ ସିଷ୍ଟମକୁ ଅଚଳ କରି ସିସିଟିଭି ତାର କାଟି ଦେଇଥିଲେ । ପରେ ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେବେ ଟଙ୍କା ଲୁଟି ନପାରି ବ୍ୟାଙ୍କ୍ ଭିତରେ ଗ୍ୟାସ ପାଇପ୍, ଲୁହା କଟର, କରତ ଓ ଗୋଟିଏ ପେଚକସ୍ ଛାଡ଼ି ଯାଇଛନ୍ତି ଦୁବୃର୍ତ୍ତ ।

ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଲୁଟ ଉଦ୍ୟମ ହୋଇଥିବା ଜଣାପଡ଼ିଛି । ଦୁବୃର୍ତ୍ତ ବ୍ୟାଙ୍କରେ ପ୍ରବେଶ କରିବା ସମୟର ଭିଜୁଆଲ ବ୍ୟାଙ୍କରେ ଲାଗିଥିବା ଡିଭିଆରରେ କଏଦ୍ ହୋଇଛି । ୩ ଜଣ ମୁଖାପିନ୍ଧା ଦୃବୃର୍ତ୍ତ ବ୍ୟାଙ୍କ୍‌ ଭିତରେ ପଶିଥିବା ଫୁଟେଜରେ ଦେଖାଯାଇଥିବା ସୂଚନା ମିଳିଛି । ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୫ ବର୍ଷ ମଧ୍ୟରେ ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଏହା ୨ୟ ଥର ପାଇଁ ଲୁଟ ଉଦ୍ୟମ ହୋଇଛି । ୨୦୧୯ରେ ସମାନ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲେ ଦୁର୍ବୃତ୍ତ । ତେବେ ସେହି ସମାନ ଗ୍ୟାଙ୍ଗର ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.