ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମେଡିକାଲରେ ରୋଗୀଙ୍କୁ ଆଣିବାର ପାଖାପାଖି କୋଡ଼ିଏ ମିନିଟ୍ ଧରି ରୋଗୀଙ୍କ ପାଖକୁ ଜଣେ ବି ଡାକ୍ତର କି ଚିକିତ୍ସା କର୍ମୀ ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାୟଗଡ଼ା(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମେଡିକାଲରେ ରୋଗୀଙ୍କୁ ଆଣିବାର ପାଖାପାଖି କୋଡ଼ିଏ ମିନିଟ୍ ଧରି ରୋଗୀଙ୍କ ପାଖକୁ ଜଣେ ବି ଡାକ୍ତର କି ଚିକିତ୍ସା କର୍ମୀ ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ରବିବାର ରାତ୍ରି ସମୟରେ ପଦ୍ମପୁର ବ୍ଲକ ଇନ୍ଦୁପୁର ଗ୍ରାମର ତ୍ରିନାଥ ବାଉରୀଙ୍କୁ ଦେହ ଖରାପ ହୋଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ପ୍ରଥମେ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିଲା ନାହିଁ। ପରେ ପରିବାର ଲୋକେ ଅଟୋକୁ ଡାକି ପଦ୍ମପୁର ମେଡିକାଲକୁ ରୋଗୀଙ୍କୁ ଆଣିଥିଲେ। ରାତି ସମୟରେ ପଦ୍ମପୁର ମେଡିକାଲକୁ ରୋଗୀଙ୍କୁ ଅଣା ଯାଇଥିଲା । ଆଣିବା ସମୟରେ ରୋଗୀଙ୍କର ନିଃଶ୍ୱାସ ପ୍ରଶ୍ୱାଶ ନେବାରେ ଅସୁବିଧା ହେଉଥିଲା। ତେଣୁ ରୋଗୀଜଣଙ୍କ ବାରମ୍ବାର ଅକ୍ସିଜେନ ଦିଅ ବୋଲି କହୁଥିଲେ । କିନ୍ତୁ ୨୦ ମିନିଟ ପର୍ଯ୍ୟନ୍ତ କେହି ଜଣେ ବି ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ । ପରେ ତ୍ରିନାଥ ନାମକ ରୋଗୀଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ଏତେ ସବୁ ପରେ ରୋଗୀଙ୍କ ପାଖରେ ଡାକ୍ତର ପହଞ୍ଚଥିଲେ । କିନ୍ତୁ ସେତେବେଳେ ସବୁ କିଛି ଶେଷ ହୋଇଯାଇଥିଲା । ଏହାକୁ ନେଇ ପରିବାର ଏବଂ ସମ୍ପର୍କୀୟମାନେ ମେଡିକାଲରେ ୨ଘଣ୍ଟା ପର୍ଯ୍ୟନ୍ତ ହଟଗୋଳ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଆଇଆଇସି ଆସି ବୁଝା ସୁଝା କରିଥିଲେ । ପରେ ଉତ୍ୟକ୍ତ ଲୋକେ ରୋଗୀଙ୍କ ମୃତ ଶରୀର ଧରି ମେଡିକାଲରୁ ନିଜ ଗ୍ରାମ ଇନ୍ଦୁପୁରକୁ ଫେରିଥିଲେ । ଏପଟେ ସ୍ଥାନୀୟ ଇନଚାର୍ଜ କୁ ପଚାରିବାରୁ ରୋଗୀଙ୍କୁ ରିସିଭ୍ କରିବା ସମୟରେ ମୃତ୍ୟୁ ଘଟିଛି ବୋଲି ସେ ଆଇଆଇସି ଙ୍କୁ କହିଥିଲେ। ଏହି ଘଟଣାର ଭଲ ଭାବେ ତଦନ୍ତ ହେଉ ବୋଲି ପରିବାର ଲୋକେ ଆଇଆଇସିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

ଯାହା ବି ହେଉନା କାହିଁକି ପରିବାର ସଦସ୍ୟଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ । ଯଦି ରୋଗୀଙ୍କୁ ଠିକ୍‌ ସମୟରେ ଅକ୍ସିଜେନ ମିଳିଥାନ୍ତା ହୁଏତ ଆଜି ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.