Below header

ଗଣହତ୍ୟା : ଗାଁ ରାସ୍ତାରେ ଚାରି ଜଣଙ୍କୁ ହତ୍ୟା ଅଭିଯୋଗ

କଳାହାଣ୍ଡି (କେନ୍ୟୁଜ୍) : ଗଣହତ୍ୟା । ଗାଁ ରାସ୍ତାରେ ଚାରି ଜଣଙ୍କୁ ହତ୍ୟା ଅଭିଯୋଗ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଳାହାଣ୍ଡିର ପିପଲଗୁଡ଼ାରେ। ରାସ୍ତା କଡ଼ରୁ ଚାରିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଜଣ ମୃତକ ସୁଗର ନାଏକ, ଲିଙ୍ଗ ନାଏକ ଓ ନକୁଳ ନାଏକ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଉପି ଶବର ବୋଲି ଚିହ୍ନଟ ହୋଇଛି। ଏମାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମଦ ପିଇ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣାରେ ଯତିନ୍ଦ୍ର ନାମକ ବ୍ୟକ୍ତିକୁ ଅଟକ ରଖି ଜୟପାଟଣା ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.