ଆସିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ, ଜାଣନ୍ତୁ କେଉଁ ତାରିଖରେ କଣ ଅଛି

ଭୁବନେଶ୍ବର (କେନ୍ୟୁଜ୍‌) : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ଆସନ୍ତା ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ମ୍ୟାଟ୍ରିକ ପରୀକ୍ଷା। ପ୍ରଥମ ଦିନ ୩ ତାରିଖରେ ପ୍ରଥମ ଭାଷା ଓଡ଼ିଆ ରହିଛି। ୫ ତାରିଖରେ ଇଂରାଜୀ, ୭ ତାରିଖରେ ତୃତୀୟ ଭାଷା ହିନ୍ଦୀ, ୮ ତାରିଖରେ ସଂସ୍କୃତ, ୯ ତାରିଖରେ ଭିଜୁଆଲ ଆର୍ଟ, ୧୦ ତାରିଖରେ ଗଣିତ, ୧୨ ତାରିଖରେ ବିଜ୍ଞାନ, ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି। ସକାଳ ୮ରୁ ପରୀକ୍ଷା ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍‌ ଅଧିକ ସମୟ ମିଳିବ।

ସକାଳ ୭ଟା ୪୫ ମିନିଟରେ ଉଭୟ ପାର୍ଟ-୧ ଅବ୍‌ଜେକ୍‌ଟିଭ୍‌ ପ୍ରଶ୍ନ ପତ୍ର ଓ ପାର୍ଟ-୨ ସବ୍‌ଜେକ୍‌ଟିଭ ପ୍ରଶ୍ନପତ୍ର ମିଳିବ। ୮ଟାରୁ ୯ ଯାଏ ଅବ୍‌ଜେକ୍‌ଟିଭ୍‌ ଓ ୯ରୁ ୧୦ଟା ଯାଏ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ଲେଖିବାକୁ ସମୟ ମିଳିବ। କେବଳ ଗଣିତର ଅବଜେକ୍‌ଟିଭ ପ୍ରଶ୍ନର ଉତ୍ତର ପାଇଁ ଅଧିକ ୧୫ ମିନିଟ, ଅର୍ଥାତ ୮ରୁ ୯.୧୫ ଯାଏ ସମୟ ମିଳିବ। ଧନ୍ଦାମୂଳକ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ୨୭ ଏପ୍ରିଲରୁ ୨ ମେ ଭିତରେ ଅନୁଷ୍ଠିତ ହେବ। କରୋନା ଯୋଗୁ ଏଥର ପିଲାମାନେ ପ୍ରତି ବିଷୟରେ ୮୦ ମାର୍କରେ ପରୀକ୍ଷା ଦେବେ । ତେବେ ମୂଲ୍ୟାୟନ ବେଳେ ଶହେ ମାର୍କକୁ ନେଇ ବିଚାର କରାଯିବ ।

You might also like