ପୂରା ହିସାବୀ! ଯୋଗାଡ଼ କରି ବ୍ୟକ୍ତି ତିଆରି କଲେ ପେଟ୍ରୋଲ ରିକ୍ସା, କିକ୍‌ ମାରି ଦୌଡ଼ାଉଛନ୍ତି ଏମିତି, ହର୍ଷ ଗୋଏଙ୍କା ଶେୟାର କଲେ ଭିଡିଓ

ବିଜ୍‌ନେସ୍‌ ମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ସେ ଅନେକ ମଜାଦାର ଭିଡିଓ ଏବଂ ଜୋକ୍ସ ଶେୟାର କରି ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିଥାଆନ୍ତି। ଏବେ ସେ ଯୋଗାଡ଼ର ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ଯୋଗାଡ଼ ଦ୍ୱାରା ନିଜ ଗାଡ଼ିକୁ ମୋଡିଫାଏ କରିଛନ୍ତି। ବ୍ୟକ୍ତି ଜଣକ ଯୋଗାଡ଼ କରି ପେଟ୍ରୋଲ ରିକ୍ସା ତିଆରି କରିଛନ୍ତି। ହର୍ଷ ଗୋଏଙ୍କା ଏହି ଯୋଗାଡ଼କୁ ‘ସବୁଠୁ ହିସାବୀ’ ବୋଲି କହିଛନ୍ତି।

ତେବେ ଜଣେ ବ୍ୟକ୍ତି ଏହି ଚାଳକଙ୍କୁ ପଚାରୁଛନ୍ତି କି, ସେ ଏହି ଗାଡ଼ିକୁ କେଉଁଠି ବନାଇଛନ୍ତି? ଚାଳକ ଜଣକ କହୁଛନ୍ତି, ବନାରସରେ ଜଣେ ମିସ୍ତ୍ରୀ ଅଛନ୍ତି, ସେ ଅନେକ ଲୋକଙ୍କ ପାଇଁ ଏଭଳି ଗାଡ଼ି ତିଆରି କରିଛନ୍ତି। ସେ ଆହୁରି କହୁଛନ୍ତି କି, ଏହି ଗାଡ଼ି ଗିୟରରେ ଚାଲିଥାଏ। ଏଥିରେ ପେଟ୍ରୋଲ ଭରିବା ପାଇଁ ପଛପଟେ ଜାଗା ମଧ୍ୟ ରହିଛି। ଏହାସହିତ କିକ୍‌ ଅଛି, ଯେଉଁଥିରେ ଗାଡ଼ି ଷ୍ଟାର୍ଟ ହୋଇଥାଏ।

ତେବେ ଚାଳକଙ୍କ କହିବା ଅନୁସାରେ, ଗିୟରରେ ଚାଲୁଥିବା ଏହି ରିକ୍ସା ଖୁବ୍‌ ଜୋର୍‌ରେ ଗଡ଼ିଥାଏ, ଯାହାର ଦାମ୍‌ ସେ ୨୦ ହଜାର ଟଙ୍କା ବୋଲି କହିଛନ୍ତି। ୨ ମିନିଟ୍‌ର ଏହି ଭିଡିଓ ଶେୟାର କରି ହର୍ଷ ଗୋଏଙ୍କା କ୍ୟାପସନ ଲେଖିଛନ୍ତି, ‘ହିସାବୀ ଖୋଜ୍‌’। ଏ ପର୍ଯ୍ୟନ୍ତ ଏହାକୁ ୧୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ୪୦୦ରୁ ଅଧିକ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.