Below header

ଅଶାନ୍ତ ଯାଜପୁରର କଳିଙ୍ଗନଗର, ରାଜରାସ୍ତାକୁ ଓହ୍ଲାଇଲେ ନୀଳାଚଳ ଇସ୍ପାତ୍‌ କାରଖାନାର ଶ୍ରମିକ

ଯାଜପୁର ରୋଡ (କେନ୍ୟୁଜ୍‌) : ଅଶାନ୍ତ ଯାଜପୁରର କଳିଙ୍ଗନଗର। ଜୀବନ ଜୀବିକା ନେଇ ରାଜରାସ୍ତାରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ । ନୀଳାଚଳ ଇସ୍ପାତ ନିଗମ କାରଖାନାର ଅଚଳାବସ୍ଥାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ୧୦ ମାସର ବକେୟା ଦରମା, କାରଖାନାକୁ ପୁନଃ କାର୍ଯ୍ୟକ୍ରମ ଭଳି ୫ ଦଫା ଦାବି ରଖିଛନ୍ତି ଆନ୍ଦୋଳନକାରୀ। କଳିଙ୍ଗନଗର ମଜଦୁର ୟୁନିୟନ ପକ୍ଷରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଯାଜପୁର ରୋଡ ଡୁବୁରୀ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। କାରଖାନା ବନ୍ଦ ହେବା ଯୋଗୁ ହଜାର ହଜାର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି। କ୍ରମାଗତ କ୍ଷତି ଓ ପରିଚାଳନା ସମସ୍ୟା ଯୋଗୁ ନିକଟରେ କେନ୍ଦ୍ରସରକାର କାରଖାନାରୁ ନିଜ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ପରେ ରାଜ୍ୟସରକାରଙ୍କ OMC, IPICOL, MMTC ଓ BHEL ଭଳି ବଡ ବଡ ସଂସ୍ଥା ମଧ୍ୟ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି । ପୁଣିଥରେ କାରଖାନା ଚଲାଇବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଶ୍ରମିକ ଓ ବିସ୍ଥାପିତ ପରିବାର ସଦସ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.