Below header

ପ୍ରତି ଟିକାକରଣ କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣ  ଟିକା ନେଇପାରିବେ, କୋ-ୱିନ ଆପରେ କରିବାକୁ ପଡିବ ରେଜିଷ୍ଟ୍ରେସନ

କେନ୍ୟୁଜ(ବ୍ୟୁରୋ): ପ୍ରତି ଟିକାକରଣ କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣ  ଟିକା ନେଇପାରିବେ। କୋ-ୱିନ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡ ଯାହାକୁ  ଯେଉଁଦିନ ଡକାଯିବ ସେ ସେହିଦିନ ଟିକାକେନ୍ଦ୍ରକୁ ଯିବ। ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବ। ପ୍ରତେକ ଦିନ ଗୋଟିଏ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।

ସକାଳର ୯ଟାରୁ ୫ଟା ଯାଏଁ ଟିକାଦାନ କରାଯିବ ।  ଜଣେ ଯଦି ତାଙ୍କ ପାଇଁ ଥିବା ନିର୍ଦ୍ଧାରିତ ଦିନରେ ଟିକା ନେଇପାରନ୍ତି ନାହିଁ, ସେମାନଙ୍କୁ ନିଜ ଇଚ୍ଛାରେ ଅନ୍ୟ ଦିନରେ ଟିକା ଦିଆଯାଇପାରିବ ନାହିଁ। ସେ ଯଦି ଟିକା ନେଇ ନାହାନ୍ତି ତେବେ ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦେବେ। ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଟିକା ଦିଆଯାଇପାରିବ ବୋଲି ଏସସିବି ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା  ସୂଚନା ଦେଇଛନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.