ନାବାଳିକା ଦୁଷ୍କର୍ମକାରୀଙ୍କୁ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଦୌରା ଜଜ୍ କୋର୍ଟ

କେନ୍ଦୁଝର(କେନ୍ୟୁଜ୍): ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ। ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଅତିରିକ୍ତ ଦୌରା ଜଜ କୋର୍ଟ। ୨୦୧୭ ମସିହାରେ କେନ୍ଦୁଝର ସଦର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଦୁଇ ଜଣ ଘରୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏନେଇ ଅଭିଯୋଗ କଲେ ନାବାଳିକାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

keonjhar

ମାମଲାର ବିଚାର କରି ଦୁଇ ଅଭିଯୁକ୍ତ ସନ୍ତୋଷ ମୁଣ୍ଡା ଓ ଧନୁ କେରେଇଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଏଡିଜେ ଲୋକନାଥ ସାହୁ। ଏହାସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଏକ ବର୍ଷ ଅଧିକ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.