Below header

ବାରିପଦା: ପିଆରଏମ୍ ମେଡିକାଲ କଲେଜ ଉତ୍ତେଜନାକୁ ନେଇ ଆକ୍ସନ ମୋଡ଼ରେ ପୋଲିସ, ୩ ମହିଳାଙ୍କ ସମେତ ୪ ଗିରଫ

ବାରିପଦା(କେ ନ୍ୟୁଜ): ବାରିପଦା ପିଆରଏମ୍ ମେଡିକାଲ କଲେଜରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଓ ଅଧିକ୍ଷକଙ୍କୁ ମାଡ଼ ମାରିବା ପ୍ରସଙ୍ଗକୁ ନେଇ ଆକ୍ସନ ମୁଡରେ ମୟୁରଭଞ୍ଜ ପୋଲିସ । ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚିକିତ୍ସକଙ୍କ ଉପରେ ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୁରଭଞ୍ଜ ଏସ୍ପି ପାରମର ସ୍ମିଥ ପୁରୁଷୋତ୍ତମ ଦାଶ।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀ ବିନ୍ଧାଣି, ଶୁନି ପାତ୍ର ଏବଂ ନିର୍ମଳ ପ୍ରଧାନ । ଭିଡିଓ ଫୁଟେଜ ଆଧାରରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ବୟାନରେ କହିଛନ୍ତି ଏସ୍ପି । ଆଗକୁ ମଧ୍ୟ ତଦନ୍ତ ଜାରି ରହିଥିବା ବେଳେ ମୃତକଙ୍କ ଗାଁ ରେ ମଧ୍ୟ ପୋଲିସର ଚଢ଼ାଉ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.