ଗିରଫ ପରେ ବିଜୟ ରାଜଙ୍କୁ ମିଳିଲା ଜାମିନ, ଜଣେ ମହିଳା ସହଯୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଫିଲ୍ମ ‘ରନ’ ଏବଂ ଧମାଲ, ୱେଲକମ୍ ଭଳି ଦମଦାର ଫିଲ୍ମରେ ନିଜର କମେଡି ଅନ୍ଦାଜ ଯୋଗୁଁ ଦର୍ଶକଙ୍କ ପାଖରେ ବେଶ ପରିଚିତ ବଲିଉଡର ଅଭିନେତା ବିଜୟ ରାଜ। ଏବେ ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କର ଜଣେ ମହିଳା କ୍ର୍ୟୁ ମେମ୍ବର। ୨ ନଭେମ୍ବର ରାତିରେ ଶେରନୀ ଫିଲ୍ମ ସୁଟିଂରେ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଗେଟ ଓ୍ବେ ହୋଟେଲରେ ବିଜୟ ରାଜ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା।

ପରେ ମହିଳା ଜଣଙ୍କ ଅଭିନେତାଙ୍କ ବିରୋଧରେ ଗୋନ୍ଦିଆ ସହରର ରାମନଗର ଥାନାରେ ଏତଲା ଦେଇଥିଲେ। ଏହାପରେ ବିଜୟ ରାଜଙ୍କୁ ଗତାକଲି ଗୋନ୍ଦିଆରୁ ଗିରଫ କରିଥିଲା ପୋଲିସ। ତେବେ ଅଭିନେତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଅଭିନେତା ବିଜୟ ରାଜଙ୍କୁ ଆଜି ପୋଲିସ ଗୋନ୍ଦିଆ କୋର୍ଟରେ ହାଜର କରିଥିଲା। ପରେ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିବା ଜଣାପଡ଼ିଛି।


ମଧ୍ୟପ୍ରଦେଶର ବାଲାଘାଟରେ ବଲିଉଡ ଫିଲ୍ମ ଶେରନୀର ସୁଟିଂ ଜାରି ରହିଛି। ନିକଟରେ ଫିଲ୍ମ ଅଭିନେତ୍ରୀ ବିଦ୍ୟା ବଲାନ୍ଙ୍କୁ କ୍ର୍ୟୁ ମେମ୍ବରଙ୍କ ସହ ସେଟରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.