Whatsapp ଓପନ ନକରି ବି ଆପଣ ଜାଣିପାରିବେ କିଏ ଅଛନ୍ତି ଅନଲାଇନ, ଜାଣନ୍ତୁ କଣ ସେହି ଟ୍ରିକ୍‌

କଣ ଆପଣ ମେସେଜ୍‌ କରିବା ପୂର୍ବରୁ ହ୍ଵାଟସଅପରେ କାହାର ଅନଲାଇନ୍‌ ଆସିବାକୁ ଅପେକ୍ଷା କରୁଛନ୍ତି? ଯଦି ଆପଣଙ୍କ ଉତ୍ତର ହଁ, ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଆସିବ। ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଟିଏ ଟ୍ରିକ୍‌, ଯାହାଦ୍ୱାରା ଆପଣ ହ୍ଵାଟସଅପ୍‌ ଓପନ ନ କରି ବି ଜାଣିପାରିବେ ହ୍ଵାଟସଅପରେ କିଏ କିଏ ଅନଲାଇନ ଅଛନ୍ତି। ଖାସ୍‌ କଥା ହେଉଛି ଅନ୍ୟର ଅନଲାଇନ ଷ୍ଟାଟସ୍‌ ଚେକ କରିବାକୁ ଆପଣଙ୍କୁ ନିଜର ହ୍ଵାଟସଅପ୍‌ ଓପନ କରିବାକୁ ପଡିବନି ଏବଂ ନିଜେ ଅନଲାଇନ ରହିବାକୁ ବି ପଡିବନି। ତାହେଲେ ଆସନ୍ତୁ ଜାଣିବା ଏହି ବଢ଼ିଆ ଟ୍ରିକ କେମିତି ଏହା ସମ୍ବବ ହୋଇପାରିବ।

ଏହି ଆପକୁ କରିବାକୁ ହେବ ଫୋନରେ ଡାଉନଲୋଡ

whatsappଟ୍ରିକ ଜଣାଇବୁ ପୂର୍ବରୁ ଆମେ ଆପଣଙ୍କୁ ଆଲର୍ଟ କରିବୁ ଯେ ଏକ ଥାର୍ଡ ପାର୍ଟୀ ଆପ୍‌ ଜରିଆରେ ଏହା ସମ୍ଭବ ହୋଇପାରି। ଏବଂ ଆପଣ ବି ଜାଣିଛନ୍ତି ଯେ ଥାର୍ଡ ପାର୍ଟୀ ଆପ୍‌ ଫୋନ ପାଇଁ ସୁରକ୍ଷିତ ନୁହେଁ। ତଥାପି ଯଦି ଆପଣ ଅନଳାଇନ ନଆସି ହ୍ଵାଟସଅପ୍‌ ନଖୋଲି କିଏ ଅନଲାଇନ ଅଛନ୍ତି ଜାଣିବାକୁ ଚାହୁଁଛନ୍ତି ତାହେଲେ ଗୁଗଲକୁ ଯାଇ ଆପଣଙ୍କୁ GBWhatsApp ସର୍ଚ୍ଚ କରିବାକୁ ହେବ ଏବଂ ଏହାପରେ ମିଳିଥିବା ଲିଙ୍କ୍‌ ଉପରେ ଏହି ଇପିକେ ଫାଇଲକୁ ଡାଉନଲୋଡ କରିବାକୁ ହେବ।

ଏମିତି କରନ୍ତୁ ଆପକୁ ବ୍ୟବହାର

  • ଡାଉନଲୋଡ୍‌ କରିବା ପରେ ଏହାର Settingsକୁ ଯାଆନ୍ତୁ।
  • ଏବେ Main/Chat screen ର ଅପସନକୁ ଚୟନ କରନ୍ତୁ। 
  • Contact Online Toast ଅପସନ ଉପରେ ସିଲେକ୍ଟ କରନ୍ତୁ।
  • ଏବେ Show contact online toastକୁ ବାଛନ୍ତୁ। 
  • ଏହାପରେ ଆପଣ ସିଲେକ୍ଟ କରିଥିବା କନେକ୍ଟ ଯେତେବେଳେ ଆସିବ, ସେତେବେଳେ ଆପଣଙ୍କୁ ତୁରନ୍ତ ନୋଟିଫିକେସନ ମିଳିଯିବ। ଏହି ନୋଟିଫିକେସନ ପରେ ଆପଣ ଜାଣିପାରିବେ ଯେ କିଏ ବର୍ତ୍ତମାନ ହ୍ଵାଟସଅପରେ ଅନଲାଇନ ଅଛନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.