Below header

ହାଡ଼ଭଙ୍ଗା ଜାଡରେ ଥରୁଛି ମୟୂରଭଞ୍ଜ, ଜିରୋ ଡିଗ୍ରୀକୁ ଖସିଲା ତାପମାତ୍ରା

ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀକୁ ଖସିଛି। ଜିରୋ ଡିଗ୍ରୀକୁ ଖସିଲା ଉପର ବାରାକାମୁଡା ତାପମାତ୍ରା । ଚହଲାରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି।

କରଞ୍ଜିଆ (କେନ୍ୟୁଜ) : ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀକୁ ଖସିଛି। ଜିରୋ ଡିଗ୍ରୀକୁ ଖସିଲା ଉପର ବାରାକାମୁଡା ତାପମାତ୍ରା । ଚହଲାରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା,ରରୁଆଁ ଏଵଂ ଶୁକୃଳୀ ଅଞ୍ଚଳରେ ଘନ କୁହୁଡି ସହ ଶୀତର ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଥିଲେବି ଠିକ ସେ କାମ ଦେଉ ନାହଁ । ଯାହା ଫଳରେ ଲୋକମାନେ ବାଧ୍ୟ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୂନସାନ ହେଇଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.