ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ମନ୍ଦିରରୁ ଲୁଟିନେଲେ ଦାନ ଟଙ୍କା ଓ ପିତ୍ତଳ ପ୍ରତିମା

ଠାକୁର ଠାକୁରାଣୀଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ମନ୍ଦିରରେ ପଶି ଲୁଟିନେଲେ ପିତ୍ତଳ ବାସନ, ସୂନା ଅଳଙ୍କାର ସମେତ ଦାନ ହୁଣ୍ଡିରୁ ନଗଦ ଟଙ୍କା । ବାଲେଶ୍ବର ଜିଲ୍ଲା କମର୍ଦା ଥାନାର ଦୁଇଟି ମନ୍ଦିରରୁ ଚୋରି ।

ଜଳେଶ୍ୱର (କେନ୍ୟୁଜ): ଠାକୁର ଠାକୁରାଣୀଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ମନ୍ଦିରରେ ପଶି ଲୁଟିନେଲେ ପିତ୍ତଳ ବାସନ, ସୂନା ଅଳଙ୍କାର ସମେତ ଦାନ ହୁଣ୍ଡିରୁ ନଗଦ ଟଙ୍କା । ବାଲେଶ୍ବର ଜିଲ୍ଲା କମର୍ଦା ଥାନାର ଦୁଇଟି ମନ୍ଦିରରୁ ଚୋରି ।

କାନପୁର ଗାଁର ତାରିଣି ମନ୍ଦିର ଓ ଦାରୁହା ଗାଁ ର ଶିବ ମନ୍ଦିରରୁ ତାଲା ଭାଙ୍ଗି ଠାକୁରାଣୀଙ୍କ ପିତ୍ତଳ ପ୍ରତିମା,ପିତ୍ତଳ ନାଗ ସାପ, ସୁନା ଅଳଙ୍କାର, ଆସବାବପତ୍ର ଏବଂ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡିଥିବାର ଦେଖି ସ୍ଥାନୀୟ ଲୋକ ଏବଂ କମର୍ଦା ପୋଲିସକୁ ଖବର ଦେଇ ଥିଲେ । ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.