Below header

କାହ୍ନୁକୁ ଝୁରୁଛି ଯଶୋଦା ମା, କାହିଁକି ଏମିତି ଦଣ୍ଡ ଦେଲା ଦଇବ

ପୁଅର ଫଟୋକୁ ଧରି ଆଜି ଝୁରୁଛି ମା । କାନ୍ଦି କାନ୍ଦି ମାଆ ଆଖିରୁ ଲୁହ ଶୁଖୁନି। ପୁଅ ସହ ବିତେଇଥିବା ପ୍ରତି ମୁହୂର୍ତ୍ତ ଆଜି ମା ଆଖି ଆଗରେ ନାଚି ଯାଉଛି। ପୁଅର ସେ ମିଠା ମିଠା ଡାକ ଶୁଭି ଯାଉଛି । ଦୀର୍ଘ ସାତ ବର୍ଷ ଧରି ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା ସେଇ ପୁଅକୁ ଭେଟିବାକୁ ମା ମନ ଆଜି ବ୍ୟାକୁଳ ହେଉଛି ।

କଣ୍ଟାମାଳ(କେନ୍ୟୁଜ): ପୁଅର ଫଟୋକୁ ଧରି ଆଜି ଝୁରୁଛି ମା । କାନ୍ଦି କାନ୍ଦି ମାଆ ଆଖିରୁ ଲୁହ ଶୁଖୁନି। ପୁଅ ସହ ବିତେଇଥିବା ପ୍ରତି ମୁହୂର୍ତ୍ତ ଆଜି ମା ଆଖି ଆଗରେ ନାଚି ଯାଉଛି । ପୁଅର ସେ ମିଠା ମିଠା ଡାକ ଶୁଭି ଯାଉଛି । ଦୀର୍ଘ ସାତ ବର୍ଷ ଧରି ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା ସେଇ ପୁଅକୁ ଭେଟିବାକୁ ମା ମନ ଆଜି ବ୍ୟାକୁଳ ହେଉଛି । ସେ ଦଶ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହି ଅନ୍ତଃ ଫାଡି ଜନ୍ମ ଦେଇନି ସତ ଦେବକୀ ନହେଲେ ବି ଯଶୋଦା ମାଆଟେ ପରି କାହ୍ନାର ବାଟକୁ ଅନେଇ ବସିଛି ।

ଆଜିକୁ ଦେଢ଼ ମାସ ବିତିଗଲାଣି ନିଜ ପାଳିତ ପୁଅକୁ ନ ଦେଖି ଦିନରାତି ଝୁରି ହେଉଛି ମାଆ । କାନ୍ଦି କାନ୍ଦି ନୟାନ୍ତ ହୋଇ ଗଲାଣି । ହେଲେ ତା ପୁଅକୁ ସବୁଦିନ ପାଇଁ ଛଡେଇ ନେଇଛନ୍ତି। ତା ଜୀବନଠାରୁ ବି ଅଧିକ ପ୍ରିୟ ତା କଳାକାହ୍ନୁକୁ ଦେଖି ପାରିବନି ଯଶୋଦା ମା । ଆଜି ତା ଠାରୁ ନିଆରା କଟକଣା ଲଗେଇ ଦେଇଛି ଜିଲ୍ଲା ଶିଶୁ ମଙ୍ଗଳ ସମିତି । ଥରୁଟିଏ ବି ଭେଟିବାକୁ ଦେଉନାହିଁ । ଏପଟେ ପୁଅ ସେପଟେ ମା ଉଭୟ ବିରହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସେପଟେ ବିଚରା କୁନି ପୁଅଟି କିଛି କହି ପାରୁନି କି କିଛି ବୁଝି ପାରୁନି। ନିଜ ମାକୁ ନ ଦେଖି ସମସ୍ତଙ୍କୁ ବିକଳ ହୋଇ ଦେଖୁଛି । ମନେ ମନେ ମା କୁ ଖୋଜୁଛି । ହେଲେ ତା ମାଆ କୁ ପାଉନି ।

ଏପଟେ ମାର ଅବସ୍ଥା ମଧ୍ୟ ସମାନ। ନା ଖାଉଛି ନା ପିଉଛି । କେବଳ ପୁଅକୁ ତା ମନ ଝୁରୁଛି । ଯାହାକୁ ଏତେ ଭଲ ପାଉଥିଲା ଏତେ ସ୍ନେହ କରୁଥିଲା ସେ ପୁଅ ତାଠାରୁ ଦୁରେଇ ଯାଇଛି । ସେ ପୁଅକୁ ଏତେ ସ୍ନେହ ଦେବାର ମିଳିଛି ଶାସ୍ତି । ତାର ଏତିକି ଅପରାଧ ଯେ, ସେ ମାନବିକତା ଦୃଷ୍ଟିରୁ ଜଣେ କୁଆଁରୀ ମାର ଅଲୋଡା ଶିଶୁକୁ ଆପଣେଇ ନେଇ ମାର ମମତା ଦେଇଥିଲା । ପୁଅ ଭଳି ତାକୁ ଲାଳନପାଳନ କରିଥିଲା, ଆଉ ନିଜର ପୁଅ ବୋଲି ପରିଚୟ ଦେଇ ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାକୁ ଇଂଲିସ୍ ମିଡିୟମ ସ୍କୁଲରେ ନାମ ଲେଖେଇଥିଲା । ଏପରି କରିବା ପରେ ବି ଭଗବାନ ତାଙ୍କୁ ଏପରି ଦଣ୍ଡ ଦେଇଛନ୍ତି ।

ଗତ ଡିସେମ୍ବର ୧ ତାରିଖ ବୌଦ୍ଧ ଜିଲ୍ଲା ମନମୁଣ୍ଡା ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କ ଘରୁ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଦ୍ୱାରା ଜଣେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା । ୨୦୧୬ ମସିହାରେ ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା CWC । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଂଚଳରେ ୨୦୧୬ ମସିହାରେ ଗୋଟିଏ ନବଜାତ ଶିଶୁଟି ନିଖୋଜ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି CWC ପକ୍ଷରୁ ତଦନ୍ତ ପରେ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା କମିଟି କାର୍ଯ୍ୟାଳୟକୁ ଅଣାଯିବା ପରେ ପିଲାଟିକୁ ଏବେ ରାମ କୃଷ୍ଣ ବାଳଆଶ୍ରମରେ ରଖାଯାଇଛି । ଅନ୍ୟପଟେ DNA ଟେଷ୍ଟ ପରେ ପ୍ରକୃତ ବାପା ମା ଙ୍କୁ ଶିଶୁ କୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଥିବାବେଳେ ଏ ପର୍ଯ୍ୟନ୍ତ କିଛି କରାଯାଇନି ।

ପୁଅକୁ ଜନ୍ମ କରିନଥିଲେ ସତ, ହେଲେ ଯଶୋଦା ମା ପରି ସ୍ନେହ ଦେଇ ଲାଳନ ପାଳନ କରିଥିଲେ । ଦିନେ ଗୋଟେ କୁଆଁରୀ ମାର ଅଲୋଡା ଶିଶୁକୁ ଆପଣାଇ ନେଇଥିଲେ । ମାର ମମତା ଦେଇ ସେ ହୃଦୟର ସହ ଲାଳନ ପାଳନ କରିଥିଲେ । କିନ୍ତୁ ଭଗବାନ ତାଙ୍କୁ ଏମିତି ଦଣ୍ଡ ଦେଲେ ଯାହା ସେ ସାରା ଜୀବନ ପାଇଁ ମନେ ରଖିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.