Below header

ଏଣିକି ବଢିବ ଶୀତର ପ୍ରକୋପ, ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା

ଖସିବ ପାରଦ । ୨ ରୁ ୩ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ କମିବ ରାତି ତାପମାତ୍ରା । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଖସିବ ପାରଦ । ୨ ରୁ ୩ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ କମିବ ରାତି ତାପମାତ୍ରା । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ପଶ୍ଚିମା ଝଡ ପ୍ରଭାବରେ ୧୭ ତାରିଖ ବେଳକୁ ଉତ୍ତର ଓଡିଶାରେ ହାଲୁକା ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ଅନୁମାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.