ଟିଭିରେ ଚାହିଁ ରହିଥିଲା ମୃତ୍ୟୁ ! ଲାଇଭ ଶୋ’ରେ ଟଳିପଡିଲେ କୃଷି ବିଶେଷଜ୍ଞ

କୃଷି ଦର୍ଶନ କାର୍ଯ୍ୟକ୍ରମର ଏକ ଆଲୋଚନାରେ ଭାଗ ନେଇଥିଲେ କେରଳ କୃଷି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଏ ଏସ୍ ଦାସ । ଲାଇଭ୍ ଆଲୋଚନା ଚାଲିଥିବା ବେଳେ ଶ୍ରୀ ଦାସ ହଠାତ୍ ବେହୋସ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଲାଇଭ୍ ଶୋ ବେଳେ କୃଷି ବିଶେଷଜ୍ଞଙ୍କ ମୃତ୍ୟୁ । କେରଳ ଦୂରଦର୍ଶନର ଏକ କାର୍ଯ୍ୟକ୍ରମ ବେଳେ ଏମିତି ଘଟିଛି । କୃଷି ଦର୍ଶନ କାର୍ଯ୍ୟକ୍ରମର ଏକ ଆଲୋଚନାରେ ଭାଗ ନେଇଥିଲେ କେରଳ କୃଷି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଏ ଏସ୍ ଦାସ । ଲାଇଭ୍ ଆଲୋଚନା ଚାଲିଥିବା ବେଳେ ଶ୍ରୀ ଦାସ ହଠାତ୍ ବେହୋସ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଏହି ଆଲୋଚନା ଚାଲିଥିଲା । ଏହି ସମୟରେ କହୁ କହୁ ଅଚାନକ ୫୯ ବର୍ଷୀୟ ଡା ଏ.ଏସ ଦାସ ଚୁପ୍ ହୋଇ ଯାଇଥିଲେ ଏବଂ ପରେ ବସିଥିବା ଚେୟାର ଉପରେ ଢଳି ପଡ଼ିଥିଲେ । ସେଥିଲାଗି ସଂଗେ ସଂଗେ ଆଲୋଚନାକୁ ମଝିରୁ ବନ୍ଦ କରି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସ୍ବର୍ଗତ ଦାସଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ମଧ୍ୟ ହୃଦଘାତରୁ ତାଙ୍କର ପରଲୋକ ହୋଇଥିବା ଅନୁମାନ କରାଯାଉଛି ।

ଡ. ଏ.ଏସ୍ ଦାସ କେରଳ କୃଷି ବିଶ୍ୱବିଦ୍ୟାଳୟର ଯୋଜନା ନିର୍ଦ୍ଦେଶକ ତଥା ଜଣେ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ସେ ବେଳେବେଳେ ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ବିଶେଷଜ୍ଞ ଭାବରେ ଅଂଶଗ୍ରହଣ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.