ରୋଗୀର ଅପରେସନ କଲା ବେଳେ ହାର୍ଟ ଆଟାକ୍‌ ର ଶିକାର ହେଲେ ଡାକ୍ତର, ସହକର୍ମୀ ବଞ୍ଚାଇଲେ ଜୀବନ

ଉତ୍ତର ପ୍ରଦେଶର ନୋଏଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ଡାକ୍ତର ରୋଗୀର ଅପରେସନ କରିବା ସମୟରେ ହିଁ ହାର୍ଟ ଆଟାକର ଶିକାର ହୋଇଥିଲେ । ଅପରେସନ କରୁ କରୁ ଡାକ୍ତରଙ୍କୁ ଛାତିରେ ଏମିତି ଯନ୍ତ୍ରଣା ହୋଇଥିଲା ଯେ ସେ ନିଜକୁ ସମ୍ଭାଳି ପାରିଲେନି, ଆଉ ଭାରସାମ୍ୟ ହରାଇବାକୁ ଲାଗିଲେ ।

ରୋଗୀ ଯେତେବେଳେ ଡାକ୍ତରଖାନାକୁ ଯାଏ ସେ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଯାଏ । କାହିଁକି ନା ତାକୁ ଜଣା ଥାଏ ଡାକ୍ତର ତା ରୋଗ ଭଲ କରିଦେବେ । ଡାକ୍ତରମାନେ ମଧ୍ୟ ରୋଗୀଙ୍କର ଭଲ ଭାବେ ଚିକିତ୍ସା କରି ଘରକୁ ପଠାଇଥାନ୍ତି । କିଛି ରୋଗୀଙ୍କର ରୋଗ ବଡ଼ ଥିଲେ ସେମାନଙ୍କର ସର୍ଜରୀ କରାଯାଏ । ଏବଂ ଏହି ସର୍ଜରୀ କରିବା ପାଇଁ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ଡାକ୍ତରମାନେ ଲଗାତାର ଭାବେ ଅପରେସନ ଥିଏଟର ଭିତରେ ପଶି ସର୍ଜରୀ କରୁଥାନ୍ତି । ତେବେ ଏହି ଅପରେସନ ସମୟରେ ଜଣେ ଡାକ୍ତରଙ୍କ ସହ କିଛି ଏପରି ହୋଇଥିଲା ଯାହା ବିଷୟରେ ଜାଣିଲେ ଆପଣ ବି ତାଜୁବ ହେବେ ।

ଉତ୍ତର ପ୍ରଦେଶର ନୋଏଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ଡାକ୍ତର ରୋଗୀର ଅପରେସନ କରିବା ସମୟରେ ହିଁ ହାର୍ଟ ଆଟାକର ଶିକାର ହୋଇଥିଲେ । ଅପରେସନ କରୁ କରୁ ଡାକ୍ତରଙ୍କୁ ଛାତିରେ ଏମିତି ଯନ୍ତ୍ରଣା ହୋଇଥିଲା ଯେ ସେ ନିଜକୁ ସମ୍ଭାଳି ପାରିଲେନି, ଆଉ ଭାରସାମ୍ୟ ହରାଇବାକୁ ଲାଗିଲେ । ଠିକ୍‌ ଏହି ସମୟରେ ଡାକ୍ତରଙ୍କ ସହକର୍ମୀମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରି ତାଙ୍କ ଜୀବନ ବଞ୍ଚାଇଥିଲେ ।

ସୂଚନା ଅନୁସାରେ ଡାକ୍ତର ସତ୍ୟେନ୍ଦ୍ର ନୋଏଡ଼ାର ଏକ ଡାକ୍ତରଖାନାର ଚିକିତ୍ସକ ଭାବେ କାର୍ଯ୍ୟ କରନ୍ତି । ୯ ଜାନୁଆରୀ ରେ ହସ୍ପିଟାଲର ଅପରେସନ୍ ଥିଏଟରରେ ସେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ । କିନ୍ତୁ ହଠାତ୍ ଅପରେସନ୍ ଥିଏଟରରେ ସତ୍ୟେନ୍ଦ୍ରଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସହକର୍ମୀମାନେ ତାଙ୍କୁ ଏମର୍ଜେନ୍ସି ୱାର୍ଡକୁ ନେଇଥିଲେ । ସେଠାରେ ECG ପରୀକ୍ଷା ପରେ ତାଙ୍କୁ ଫେଲିକ୍ସ ହସ୍ପିଟାଲକୁ ରେଫର୍ କରାଯାଇଥିଲା ।

ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ ଡାକ୍ତର ସତ୍ୟେନ୍ଦ୍ରଙ୍କ ହାର୍ଟକୁ ଶରୀରର ଅନ୍ୟ ଅଙ୍ଗ ସହିତ ଯୋଡ଼ୁଥିବା ଏକ ଶିରା ବ୍ଲକ୍‌ ହୋଇଯାଇଥିଲା । ଡାକ୍ତରମାନେ ସତ୍ୟେନ୍ଦ୍ରଙ୍କର ଆଞ୍ଜିଓପ୍ଲାଷ୍ଟି କରି ବ୍ଲକ୍‌ କୁ ହଟାଇ ଦେଇଥିଲେ । ଏହା ଦ୍ୱାରା ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଫେଲିକ୍ସ ହସ୍ପିଟାଲର ଡାକ୍ତରମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଡାକ୍ତର ସତ୍ୟେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି ।

ସମାନ ଭାବେ ନିକଟରେ ହିଁ ନୋଏଡ଼ାର କ୍ରିକେଟ୍ ପଡ଼ିଆରେ ଜଣେ ଇଞ୍ଜିନିୟର ରନ୍‌ ପାଇଁ ଦୌଡ଼ୁଥିବା ସମୟରେ ହାର୍ଟ ଆଟାକର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଯୁବ ଇଞ୍ଜିନିୟର କ୍ରିକେଟ ଖେଳିବା ସମୟରେ ହାର୍ଟ ଆଟାକର ଶିକାର ହୋଇଥିଲେ । କ୍ରିକେଟ ଖେଳୁ ଖେଳୁ ତାଙ୍କ ଜୀବନ ଗଲା । ସେ ରନ୍‌ ନେବା ପାଇଁ ପିଚରେ ଦୌଡ଼ୁଥିବା ସମୟରେ ହଠାତ ତଳେ ପଡ଼ି ଯାଇଥିଲେ ଏବଂ କ୍ରିକେଟ୍‌ ପଡ଼ିଆରେ ହିଁ ଶେଷ ନିଶ୍ୱାସ ତ୍ୟାଗ କଲେ । ଅନ୍ୟ ଖେଳାଳିମାନେ ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ମଧ୍ୟ ମୃତ୍ୟୁ ଆଗରେ ସବୁ ଚେଷ୍ଟା ହାର ମାନିଥିଲା । ଏବଂ ୩୪ ବର୍ଷିୟ ଇଞ୍ଜିନିୟର ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.