Below header

ତେନ୍ତୁଳି ଗଛରୁ ବାହାରୁଛି ଏହି କ୍ଷୀର, ଯାହା ବାସୁଛି ଠିକ୍‌ ଶିବଙ୍କ ପାଦୁକା ଭଳି

ଆଉ ଏପରି ହେଉଛି ସେବେଠାରୁ ଯେବେ ଠାରୁ ଗଛକୁ ହାଣିଦେବାକୁ ଯୋଜନା ହେଲା । ଗଛକୁ ହାଣିବାକୁ ହେଉଥିଲା ଯୋଜନା, କିନ୍ତୁ ତାପୂର୍ବରୁ ଗଛ ଦେଲା ସଂକେତ । ଏକଥା ଶୁଣିବାକୁ ବିଶ୍ୱାସ ହେଉନଥିଲେ ବି ଆଜ୍ଞା ସତ।

ବାଲେଶ୍ୱର (କେନ୍ୟୁଜ) : ଠୋପା ଠୋପା ହୋଇ ପଡୁଛି କ୍ଷୀର…ତେନ୍ତୁଳି ଗଛରୁ ବାହାରୁଛି ଏହି କ୍ଷୀର…ଯାହା ବାସୁଛି ଠିକ୍‌ ଶିବଙ୍କ ପାଦୁକା ଭଳି…ଏ ଅଦ୍ଭୁତ ଆଶ୍ଚର୍ଯ୍ୟ ନା ଆଉ କିଛି? ଏହା ଶୁଣି ଆପଣ କଣ ଭାବୁଛନ୍ତି ଆମେ ଜାଣିନୁ, କିନ୍ତ କହିବାକୁ ଚାହିଁବୁ ଯେ ହଁ ଏପରି ଘଟୁଛି । ଆଉ ଏପରି ହେଉଛି ସେବେଠାରୁ ଯେବେ ଠାରୁ ଗଛକୁ ହାଣିଦେବାକୁ ଯୋଜନା ହେଲା । ଗଛକୁ ହାଣିବାକୁ ହେଉଥିଲା ଯୋଜନା, କିନ୍ତୁ ତାପୂର୍ବରୁ ଗଛ ଦେଲା ସଂକେତ । ଏକଥା ଶୁଣିବାକୁ ବିଶ୍ୱାସ ହେଉନଥିଲେ ବି ଆଜ୍ଞା ସତ।

ବାଲେଶ୍ଵର ସହର ଏଡିଏମ୍ ଛକରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଅଲୌକିକତାକୁ ନେଇ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହେଉଛି । କହିବାକୁ ଚାହିଁବୁ ଯେ ବାଲେଶ୍ଵର ସହରର (ଏଡିଏମ) ଛକ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜଳଖିଆ ଓ ଫାଷ୍ଟଫୁଡ୍ ଦୋକାନ ଗଢି ଉଠିଛି। ତେବେ ଉକ୍ତ ତେନ୍ତୁଳି ଗଛରେ ସାପ ରହୁଥିବାରୁ ଲୋକଙ୍କୁ ବିଭିନ୍ନ ସମୟରେ ଅସୁବିଧା ସୃଷ୍ଟି ହେଉଛି ।

ଗତକାଲି ସ୍ଥାନୀୟ ବ୍ୟବସାୟୀ ଓ ଲୋକେ ଗଛର ଡାଳ କୁ ହାଣିବା ପାଇଁ ଜଣେ ଗଛ କଟାଳି କୁ ଡାକି ଥିବା ବେଳେ ଆଜି ସକାଳୁ ଗଛରୁ ଅଚାନକ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଥିଲା । ତେବେ କ୍ଷୀର ଦେଖିବା ପାଇଁ ଗଛ ତଳେ ପଥଚାରୀ ଓ ସ୍ଥାନୀୟ ଲୋକଙ୍କ ବେଶ୍ ଗହଳି ଚହଳି ଦେଖିବାକୁ ମିଳିଥିଲା। ଗଛ ତଳେ ଠିଆ ହୋଇ କିଛି ଲୋକ ଫଟୋ ଉଠାଉ ଥିବା ବେଳେ କିଛି ମହିଳା ଓ ପୁରୁଷ କ୍ଷୀରକୁ ହାତରେ ଧରି ଚାଖିଥିଲେ ଓ ଶୁଙ୍ଘିଥିଲେ ।

ତେବେ ଅଚାନକ ଗଛରୁ କ୍ଷୀର ଭଳି କିଛି ପଦାର୍ଥ ବାହାରିବାକୁ ନେଇ ଲୋକଙ୍କ ମନରେ ଯେଭଳି ଭିନ୍ନ ଭିନ୍ନ ଭାବନା ସୃଷ୍ଟି ହେଉଥିବା ବେଳେ ପ୍ରକୃତ ରହସ୍ୟ କଣ ତାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି । କିଏ କହୁଛି ବୟସ୍କ ତେନ୍ତୁଳି ଗଛଟା ସେଥିପାଇଁ ଏଭଳି କ୍ଷୀର ବାହାରୁଛି । ପୁଣି କିଏ କହୁଛି ବାହାନଗା ରେଳ ଦୁର୍ଘଟଣା ପୂର୍ବରୁ ତେନ୍ତୁଳି ଗଛ ହାଣିବା ଭଳି ଅଶୁଭ ସଂକେତ ଏହା ଆଉ ନୁହଁ ତ। ତେବେ ଗତକାଲି ସ୍ଥାନୀୟ ଅଞ୍ଚଳ ବାସୀ ଗଛ ଡ଼ାଳ କୁ ହାଣିବା ପାଇଁ ଚିନ୍ତା କରୁଥିବା ବେଳେ ଆଜି ଗଛରୁ କ୍ଷୀର ବାହାରିବା ପରେ ଗଛ ଡାଳ କୁ ହାଣିବେ କି ନାହିଁ ତାହା ସେମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.