ଦିନ ଦ୍ଵିପ୍ରହରରେ ଲୁଟ୍ , ଘରେ କେହି ନଥିବା ଦେଖି ଲୁଟି ନେଲେ ୬୦ ଭରି ସୁନା

୬୦ ଭରି ସୁନା ଲୁଟ୍ । ଦିନ ଦ୍ଵିପ୍ରହରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଟହରିଚନ୍ଦନପୁର ଗାଁର ରମାକାନ୍ତ ସାହୁଙ୍କ ଘରୁ ଲୁଟ୍ ହୋଇଛି।

କେନ୍ଦୁଝର (କେନ୍ୟୁଜ): ୬୦ ଭରି ସୁନା ଲୁଟ୍ । ଦିନ ଦ୍ଵିପ୍ରହରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଟହରିଚନ୍ଦନପୁର ଗାଁର ରମାକାନ୍ତ ସାହୁଙ୍କ ଘରୁ ଲୁଟ୍ ହୋଇଛି। ରମାକାନ୍ତ ଆଜି ପରିବାର ସହ ମା ତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଲୁଟପାଟ କରିଥିଲେ ଲୁଟେରା । ୬୦ ଭରି ସୁନା ସହ ନଗଦ ୬ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ରମାକାନ୍ତ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.