ଷଷ୍ଠ ଛୁଆକୁ ଦେଖା କରିବା ପାଇଁ ପାଞ୍ଚ ଛୁଆଙ୍କ ସହ ବାଇକରେ ଯାଉଥିଲେ ବାପା, ଧରିଲା ପୋଲିସ

ଜଣେ ପିତା ଡାକ୍ତରଖାନାରେ ଜନ୍ମିତ ଷଷ୍ଠ ପୁଅକୁ ଭେଟିବା ପାଇଁ ନିଜ ପାଞ୍ଚଜଣ ଛୁଆଙ୍କୁ ନେଇ ବାଇକରେ ଯାଉଥିଲେ । ଯେତେବେଳେ ପୋଲିସ ଯୁବକଙ୍କୁ ଏହାର କାରଣ ପଚାରିଲା, ସେ କହିଲା ଯେ ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ସେ ତାଙ୍କୁ ଏହି ସମସ୍ତ ଭାଇଙ୍କ ସହ ପରିଚିତ କରାଇବାକୁ ବାହାରିଛନ୍ତି ।

ଲୋକମାନଙ୍କ ସୁରକ୍ଷା ହେତୁ ପୋଲିସ କ୍ରମାଗତ ଭାବରେ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ସଚେତନ କରାଉଛି, ଯାହାଫଳରେ ସଡ଼କ ଦୁର୍ଘଟଣା ହ୍ରାସ ହୋଇପାରିବ । ତଥାପି ଲୋକମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାକୁ ପଛାଉ ନାହାଁନ୍ତି । ତେବେ ବର୍ତ୍ତମାନ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାର ଏକ ହାସ୍ୟାସ୍ପଦ ମାମଲା ସାମ୍ନାକୁ ଆସିଛି ।

ଗୋଟେ ବାଇକରେ ଯାଉଥିଲେ ୬ଜଣ । ଏଠାରେ ଜଣେ ପିତା ଡାକ୍ତରଖାନାରେ ଜନ୍ମିତ ଷଷ୍ଠ ପୁଅକୁ ଭେଟିବା ପାଇଁ ନିଜ ପାଞ୍ଚଜଣ ଛୁଆଙ୍କୁ ନେଇ ବାଇକରେ ଯାଉଥିଲେ । ବାଇକରେ ୬ ଜଣଙ୍କୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଯେତେବେଳେ ପୋଲିସ ଯୁବକଙ୍କୁ ଏହାର କାରଣ ପଚାରିଲା, ସେ କହିଲା ଯେ ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ସେ ତାଙ୍କୁ ଏହି ସମସ୍ତ ଭାଇଙ୍କ ସହ ପରିଚିତ କରାଇବାକୁ ବାହାରିଛନ୍ତି । ଏହା ଶୁଣି ପୋଲିସ୍ ମଧ୍ୟ ଖୁବ ହସିଲେ ।

ପ୍ରକୃତରେ ଏହି ଘଟଣା ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲା ସହ ଜଡିତ । ଟ୍ରାଫିକ ନିୟମ ଯୋଗୁଁ ବାରବାଙ୍କି ସହରର ଆଞ୍ଚଳିକ ଅଧିକାରୀ ଡକ୍ଟର ବିନୁ ସିଂ ଲଖନୌ-ଅଯୋଧ୍ୟା ରାଜପଥରେ ପୋଲିସ କର୍ମଚାରୀଙ୍କ ସହ ଗାଡି ଯାଞ୍ଚ କରୁଥିଲେ, ଯେତେବେଳେ ଜଣେ ପିତା ତାଙ୍କ ପାଞ୍ଚ ପିଲାଙ୍କ ସହ ବାଇକରେ ଯାଉଥିଲେ । ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ବାଇକରେ ବସିଥିବା ଏତେ ଲୋକଙ୍କର କାରଣ ପଚାରିଥିଲେ ।

କାରଣ ଜାଣିବା ପରେ ସମସ୍ତ ପୋଲିସମାନେ ଖୁବ ହସିଥିଲେ ବାଇକ୍ ଚଳାଉଥିବା ବ୍ୟକ୍ତି କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବାଇକରେ ଯାଉଥିବା ଏହି ସମସ୍ତ ପାଞ୍ଚ ପୁଅ ସେମାନଙ୍କର ନବଜାତ ଭାଇଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ, ଯେଉଁଥିପାଇଁ ସେ ଏହି ପାଞ୍ଚ ଜଣ ପିଲାଙ୍କୁ ନେଇ ନିଜ ଭାଇ ସହ ପରିଚିତ କରାଇବାକୁ ଡାକ୍ତରଖାନା ଯାଉଥିଲେ । ଅଧିକାରୀ ବିନୁ ସିଂ ଏହି ଯୁବକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ତାଙ୍କ ଚାଲାଣ ମଧ୍ୟ କଟାଯାଇଥିଲା । ତେବେ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଖୁବ ମଜା ନେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.