Below header

ଜଟଣୀ ତହସିଲ ଅଚଂଳରେ ଖଣି ମାଫିଆଙ୍କ ଆତଙ୍କରାଜ, ଲୁଟିନେଉଛନ୍ତି ଟ୍ରକ ଟ୍ରକ ମୋରମ ଓ ପଥର

କେନ୍ଯୁଜ୍: ଲକଡାଉନରେ ସବୁଥିରେ ତାଲା ପଡିଥବା ବେଳେ, ମାଫିଆଙ୍କ ଚୋରାଚାଲାଣରେ ପଡିନଥିଲା ତାଲା ବନ୍ଦର ପ୍ରଭାବ । ଜଟଣୀ ତହସିଲ ଅଚଂଳରେ ରାତି ଦିନ ଏକ କରି ଶହ ଶହ ସଂଖ୍ୟାରେ ଟ୍ରକ ଟ୍ରକ ମୋରମ ଓ ପଥର ଚୋରା ଚାଳାଣ କରୁଛନ୍ତି ମାଫିଆ। ଗ୍ରାମରେ ପାଟି ଫିଟେଇଲେ ମିଳୁଥିଲା ଧମକ ଚମକ। ପୋଲିସ ଓ ତହସିଲ ସବିଜାଣି ଚୁପ୍ ବସିଛନ୍ତି। ଅନ୍ୟପଟେ ମାଫିଆ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟନିଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଚଂଳ ବାସୀ ।

ମାଫିଆ ମାନେ ଗ୍ରାମବାସୀ ମାନଙ୍କୁ ଧମକଚମକ ଦେବା ସହ ଖୁଲମଖୋଲା ଚାଳାଣ କରୁଛନ୍ତି । ତହସିଲ ଠାରୁ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ ପରେ ବି କାର୍ଯ୍ୟନୁଷ୍ଠାନ ଶୂନ । ଏନେଇ ଜଟଣୀ ତହସିଲ ର ଅତିରିକ୍ତ ତହସିଲଦାର କହିଛନ୍ତି ଆମେ କାର୍ଯ୍ୟନୁଷ୍ଠାନ ନେଉଛୁ। ଗାଡିବି ଧରି ଫାଇନ କାଟୁଛୁ, ମାତ୍ର କର୍ମଚାରୀଙ୍କ ଅଭାବ ଥିବାରୁ ସଠିକ ଭାବେ କାର୍ଯ୍ୟ କରିହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.