Below header

ମା’ କଥାରେ ପଡି ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା, ସାବତ ମାଆ ଦେଉଛି ଅସହ୍ୟ ନିର୍ଯାତନା

ପିଲାଟିର ମାଆ ନାହିଁ ସେଥିପାଇଁ ସାବତ ମାଆ ଦେଉଛି ଅସହ୍ୟ ନିର୍ଯାତନା । ଆଉ ସାବତ ମାଆର ସାଥ୍‌ ଦେଉଛି ବାପା । ଜନ୍ମକଲା ବାପା କେମିତି କେଜାଣି ନିଜ ପୁଅକୁ ଚେଙ୍କ ଦେବାକୁ ହାତ ଯାଉଛି ।

ଅନୁଗୁଳ (କେନ୍ୟୁଜ) : ସାବତ ମାଆ ସିଖାଇଦେଲା ତାପରେ ବାପା ଦେଇଦେଲା ଚେଙ୍କ । କିଛି ଶୁଣିଲେନି କଣ ହେଇଛି ବି ବୁଝିଲେନି ସାବତ ମାଆର ପ୍ରରୋଚନାରେ ପଡି ବାପା ଦେଲା ପୁଅକୁ ଚେଙ୍କ । ହଁ ଆଜ୍ଞା ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପିଲାଟିର ମାଆ ନାହିଁ ସେଥିପାଇଁ ସାବତ ମାଆ ଦେଉଛି ଅସହ୍ୟ ନିର୍ଯାତନା । ଆଉ ସାବତ ମାଆର ସାଥ୍‌ ଦେଉଛି ବାପା । ଜନ୍ମକଲା ବାପା କେମିତି କେଜାଣି ନିଜ ପୁଅକୁ ଚେଙ୍କ ଦେବାକୁ ହାତ ଯାଉଛି ।

ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୧୨ ବର୍ଷର ନାବାଳକକୁ ସାବତ ମା ସ୍କୁଲ ଯିବାକୁ ମନା କରିଥିଲା । ସେଥିପାଇଁ ନାବାଳକ ଜଣଙ୍କ ସ୍କୁଲ ଯାଇ ନଥିଲା । ତେବେ ପୂର୍ବରୁ ପୁଅକୁ ବାପ ଓ ସାବତ ମା ବାରମ୍ବାର ମାଡ ଗାଳି ସହ ମାନସିକ ଚାପ ଦେଉଥିଲେ । ହେଲେ ସ୍କୁଲ ନ ଯିବା କାରଣରୁ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି ।

ବାପା ସୁବାସ ପ୍ରଧାନ ପୁଅକୁ ମାଡ ମାରିବା ସହ ୨ ଗୋଡ ୨ ହାତରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମା ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏହି ଘଟଣା ଘଟି ଥିବା ବେଳେ ନାବାଳକ ଜଣଙ୍କ ଏହି ଚେଙ୍କ ପାଇଁ ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲଡ଼ ଲାଇନକୁ ଯୋଗାଯୋଗ କରିଥିଲେ । ପୁଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମାକୁ ଅଟକ ରଖି ପଚରାଉଚରା କରା ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.