ସୁପରଷ୍ଟାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ଗୁଗଲ ହୋମସ୍କ୍ରିନରେ ଲଗାଇଲା ଖାସ ଡୁଡଲ

ଗୁଗଲ ଡୁଡଲ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ଭାବରେ ଜଣା ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୬୦ତମ ଜନ୍ମଦିନ ପାଳନ କରୁଥିବା ଦେଖାଯାଇଛି । ଗୁଗଲ ନିଜ ହୋମସ୍କ୍ରିନ ଡୁଡଲରେ ଶ୍ରୀଦେବୀଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛି । ତାଙ୍କ ଜନ୍ମଦିନ ଅବସରରେ ଗୁଗଲ ଡୁଡଲ ଏଭଳି ଭିନ୍ନ ଢଙ୍ଗରେ ତାଙ୍କୁ ସମ୍ନାନ ଜଣାଇଛି । ଆଜି ତାଙ୍କର ୬୦ତମ ଜନ୍ମ ବାର୍ଷିକୀ ।

ସାଉଥରୁ ବଲିଉଡ ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀ ନିଜ କଳାର ଯାଦୁ ଦ୍ୱାରା ସମସ୍ତଙ୍କ ମନ ଜିତିଥିଲେ । ତେବେ ଆଜି ତାଙ୍କର ୬୦ତମ ଜନ୍ମ ବାର୍ଷିକୀ । ଆଜି ଅର୍ଥାତ ଅଗଷ୍ଟ ୧୩ରେ ଗୁଗଲ ଡୁଡଲ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ଭାବରେ ଜଣା ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୬୦ତମ ଜନ୍ମଦିନ ପାଳନ କରୁଥିବା ଦେଖାଯାଇଛି । ଗୁଗଲ ନିଜ ହୋମସ୍କ୍ରିନ ଡୁଡଲରେ ଶ୍ରୀଦେବୀଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛି । ତାଙ୍କ ଜନ୍ମଦିନ ଅବସରରେ ଗୁଗଲ ଡୁଡଲ ଏଭଳି ଭିନ୍ନ ଢଙ୍ଗରେ ତାଙ୍କୁ ସମ୍ନାନ ଜଣାଇଛି । ନିଜ କ୍ୟାରିଅର ସମୟରେ ସେ ମିଷ୍ଟର ଇଣ୍ଡିଆ, ଚାଲବାଜ, ମମ୍‌, ଇଙ୍ଗଲିସ୍‌ ଭିଙ୍ଗଲିସ୍‌ ଭଳି ଅନେକ ଫିଲ୍ମରେ କାମ କରିଥିଲେ । ଶ୍ରୀଦେବୀଙ୍କ ପୂରା ନାମ ଶ୍ରୀ ଆମ୍ମା ୟଙ୍ଗର ଆୟାପନ୍ନ ଥିଲା । ମାତ୍ର ୩-୪ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିବା ଶ୍ରୀଦେବୀ ୧୦ ବର୍ଷ ବୟସରେ ରଜନୀକାନ୍ତଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ । ଶ୍ରୀଦେବୀ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଧିରେ ଧିରେ ସେ ଉଭୟ ସାଉଥ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରିୟ ଅଭିନେତ୍ରୀ ହୋଇଥିଲେ ।

୧୩ ଅଗଷ୍ଟ ୧୯୬୩ରେ ତାମିଲନାଡୁରେ ଜନ୍ମ ହୋଇଥିଲେ ଶ୍ରୀଦେବୀ । ପିଲାଦିନରେ ଚଳଚ୍ଚିତ୍ରରେ ପାଦ ଦେଇଥିବା ଶ୍ରୀଦେବୀ ନିଜ କାମ ସହିତ ପାଠ ପଢ଼ୁଥିଲେ । ମନୋରଞ୍ଜନ ଖବର ଅନୁଯାୟୀ, ଶ୍ରୀଦେବୀ ତିନି ବର୍ଷ ବୟସରେ ଫିଲ୍ମ କନ୍ଧନ କରୁଣଇରୁ ଅଭିନୟ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଏତେ ଅଧିକ ଲୋକପ୍ରିୟ ହୋଇଥିଲେ ଯେ ସେ ଅନେକ ସମୟରେ ଡବଲ ସିଫ୍ଟରେ କାମ କରୁଥିଲେ ଏବଂ ପରେ ୧୦ବର୍ଷ ବୟସରେ ସେ ମୁନ୍ଦରୁ ମୁଦିଚୁ ଫିଲ୍ମରେ ରଜନୀକାନ୍ତଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଶ୍ରୀଦେବୀ ରଜନୀକାନ୍ତଙ୍କ ସାବତ ମା’ ହୋଇଥିଲେ ।

ଶ୍ରୀଦେବୀ ଫିଲ୍ମ ସୋଲଓ୍ଵା ସାୱାନ ସହ ବଲିଉଡରେ ପାଦ ଦେଇଥିଲେ କିନ୍ତୁ ଏହି ଚଳଚ୍ଚିତ୍ର ବ୍ୟବସାୟ ଦୃଷ୍ଟିରୁ ଭଲ ଚାଲି ନଥିଲା। ରିପୋର୍ଟ ଅନୁଯାୟୀ ବଲିଉଡରେ ଶ୍ରୀଦେବୀଙ୍କୁ ନାମ ସହ ଖ୍ୟାତି ମିଳିଥିଲା । କୁହାଯାଏ ୧୯୯୩ ମସିହାରେ ‘ଜୁରାସିକ୍ ପାର୍କ’ ପାଇଁ ହଲିଉଡରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା । କିନ୍ତୁ ଛୋଟ ଭୂମିକା ଥିବାରୁ ଶ୍ରୀଦେବୀ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.