ଅନଲାଇନ୍‌ ଇ-ପ୍ଲାଟଫର୍ମରେ ମିଳୁଛି ୭୦ ଟଙ୍କାରେ କିଲେ ଟମାଟୋ !

ବଜାରରେ ବଢୁଥିବା ଟମାଟୋ ଦରକୁ ନଜରରେ ରଖି ସରକାର ନେଇଛନ୍ତି ଏକ ପଦକ୍ଷପ । ଅନଲାଇନ୍‌ରେ ଗତ ଜୁଲାଇ ୨୨ ତାରିଖରୁ ଇ-ପ୍ଲାଟଫର୍ମ ନାମକ ଏକ ୱେବସାଇଟ୍‌ ଖୋଲିଛନ୍ତି । ଯେଉଁଥିରେ ୭୦ ଟଙ୍କାରେ ୧ କିଲୋ ଟମାଟୋ ମିଳିଛି ।

ବଜାରରେ ବଢୁଥିବା ଟମାଟୋ ଦରକୁ ନଜରରେ ରଖି ସରକାର ନେଇଛନ୍ତି ଏକ ପଦକ୍ଷପ । ଅନଲାଇନ୍‌ରେ ଗତ ଜୁଲାଇ ୨୨ ତାରିଖରୁ ଇ-ପ୍ଲାଟଫର୍ମ ନାମକ ଏକ ୱେବସାଇଟ୍‌ ଖୋଲିଛନ୍ତି । ଯେଉଁଥିରେ ୭୦ ଟଙ୍କାରେ ୧ କିଲୋ ଟମାଟୋ ମିଳିଛି ।

ଜୁଲାଇ ୨୨ ରେ ସରକାର ଇ-ପ୍ଲାଟଫର୍ମ ONDC ଜରିଆରେ ଅନଲାଇନ୍‌ରେ ଟମାଟୋ ୭୦ ଟଙ୍କା କିଲୋଗ୍ରାମରେ ବିକ୍ରି କରିଥିଲେ । ହେଲେ NCCF ଙ୍କ ମୁତାବକ ସକାଳ ୯ଟାରେ ୱେବସାଇଟ୍‌ ଖୋଲିବା ମାତ୍ରେ ୭ ମିନିଟି ମଧ୍ୟରେ ଭାରତରେ ୩୦୦୦ କିଲୋଗ୍ରାମ ଟମାଟୋ ବୁକିଙ୍ଗ ହୋଇଥିଲା । ଯାହାଫଳରେ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଅନଲାଇନ୍‌ ବିକ୍ରି ବନ୍ଦ କରାଇ ଦିଆଯାଇଥିଲା ।

ସରକାର ନେପାଳରୁ ଟମାଟୋ ମଗାଇଛନ୍ତି । ଯାହା ଦ୍ୱାରା ଦେଶରେ ଟମାଟୋ ଦର କମ୍ ହୋଇପାରିବ । ସେଥିପାଇଁ କେନ୍ଦ୍ର ସରକାର NCCF(National Cooperative Consumers Federation) ଜରିଆରେ ଦିଲ୍ଲୀ ଏନସିଆର ବଜାରରେ କମ୍ ଦାମରେ ଟମାଟୋ ବିକ୍ରି କରୁଛନ୍ତି । ତେବେ ସରକାର ଆଶା ରଖିଛନ୍ତି ଏହା ଦ୍ୱାରା ଭାରତରେ ଟମାଟୋ ଦର କମିବ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.