Below header

ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ର DPରେ ଲଗାଇଲେ ‘ତ୍ରିରଙ୍ଗା’, ଦେଶବାସୀଙ୍କୁ କଲେ ଅନୁରୋଧ

ଆରମ୍ଭ ହୋଇଛି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ର ଡିପି (DP) ପରିବର୍ତ୍ତନ କରି ଜୀତୀୟ ପତାକାର ଫଟୋ ଲଗାଇଛନ୍ତି।

ଆରମ୍ଭ ହୋଇଛି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ର ଡିପି (DP) ପରିବର୍ତ୍ତନ କରି ଜୀତୀୟ ପତାକାର ଫଟୋ ଲଗାଇଛନ୍ତି। ଏହା ସହିତ ସେ ଦେଶବାସୀଙ୍କୁ ମଧ୍ୟ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ନିଜ ଆକାଉଣ୍ଟ୍‌ର ଡିପିରେ ତ୍ରିରଙ୍ଗା ଫଟୋ ଲଗାଇବାକୁ ଅନୁରୋଧ କରିଛନ୍ତି।

ମୋଦି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ (ଟ୍ଵିଟର)ରେ ଲେଖିଛନ୍ତି, ‘ହର୍‌ ଘର୍‌ ତ୍ରିରଙ୍ଗା’ ଆନ୍ଦୋଳନର ଭାବନା ସହିତ ଆସନ୍ତୁ ଆମେ ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ଡିପିକୁ ବଦଳାଇଦେବା। ଆପଣ ଏହି ନିଆରା ପ୍ରୟାସକୁ ସମର୍ଥନ ଦିଅନ୍ତୁ, ଯାହା ଆମ ସୁନ୍ଦର ଦେଶ ଏବଂ ଆମ ଭିତରେ ବନ୍ଧନକୁ ଗଭୀର କରିବ’।

ଏହାଛଡ଼ା ପ୍ରଧାନମନ୍ତ୍ରୀ ‘ହର୍‌ ଘର୍‌ ତ୍ରିରଙ୍ଗା’ େଓ୍ଵବ୍‌ସାଇଟରେ ଜାତୀୟ ପତାକା ସହିତ ନିଜର ଫଟୋ ଅପ୍‌ଲୋଡ କରିବାକୁ ବି ଅନୁରୋଧ କରିଛନ୍ତି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ଭାଗନେବାକୁ ଆହ୍ଵାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.