Below header

ପଲିଥିନ୍‌‍ କୁଡ଼ିଆରେ ଭଙ୍ଗା ଘରେ ବିତୁଛି ପାର୍ବତୀଙ୍କ ଜୀବନ, କେବେ ମିଳିବ ସରକାରୀ ସହାୟତା?

ଭରତ ଆରପାରିକୁ ଗଲା ପରେ ପରିବାର କହିଲେ ସ୍ତ୍ରୀ ପାର୍ବତୀ ଏବଂ ଦୁଇ ପୁଅ ଝିଅ । ଚଳିବାକୁ ଜମି ନ ଥିବାବେଳେ ମୁଣ୍ଡ ଗୁଂଜିବାକୁ ଘର ଡ଼ିହ ଖଣ୍ଡିଏ ରହିଛି । ସେହି ଘର ଡ଼ିହରେ ଏବେ ପଲିଥିନ ଘୋଡ଼ା ହୋଇ ରହିଛି । ମହାବାତ୍ୟା ଫନିରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ତାଙ୍କ ନା କିନ୍ତୁ ଭଙ୍ଗା ଘର ତାଲିକାରେ ମିଳୁ ନାହିଁ । ଯାହାକୁ ନେଇ ପଲିଥିନ୍‌‍ କୁଡ଼ିଆରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି ପାର୍ବତୀ ।

ପିପିଲି(କେନ୍ୟୁଜ୍) : ଦିନ ଥିଲା ଏ ଚକ ଅନବରତ ବୁଲୁଥିଲା । କେବେବି ପ୍ରତିକୂଳ ସମୟ ଆଗରେ ଅଟକିନଥିଲା କି କ୍ଲାନ୍ତ ଅନୁଭବ କରୁନଥିଲା । ଚକ ବୁଲୁଥିଲା ଆଉ ପରିବାର ମୁହଁରେ ହସ ଫୁଟୁଥିଲା । ହେଲେ ଆଜି ଆଉ ସେ ସମୟ ନାହିଁ । ଚକ ବୁଲାଇ ଲୋକମାନଙ୍କୁ ନିଜ ହାତରେ ତିଆରି କରି ପୋଷାକ ପିନ୍ଧାଉଥିବା ମଣିଷଟି ଆଜି ଆରପାରିରେ । ତାଙ୍କ ଅବର୍ତମାନରେ ଆଜି ପରିବାର ଅସହାୟ ଏବଂ ଦୁର୍ଦ୍ଦିନରେ । ଏ ଭଳି ଏକ ଅସହାୟ ପରିବାର ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ପୁରୋହିତପୁର ଗ୍ରାମ ପଂଚାୟତର ପାଣିକଟା ଗାଁର ।

ଗ୍ରାମର ଭରତ ସାହୁ ଟେଲରିଂ କରି ନିଜ ପରିବାର ପ୍ରତି ପୋଷଣ କରୁଥିଲେ । ପରିବାର ମୁହଁରେ ହସ ଫୁଟାଇ ପାରୁଥିଲେ । ତେବେ ତାଙ୍କର ବିୟୋଗ ପରେ ଏବେ ପରିବାର ସମ୍ପୂର୍ଣ୍ଣ ଅସହାୟ । ଭରତଙ୍କ ପରିବାର କହିଲେ ସ୍ତ୍ରୀ ପାର୍ବତୀ ଏବଂ ଦୁଇ ପୁଅ ଝିଅ । ଚଳିବାକୁ ଜମି ନ ଥିବାବେଳେ ମୁଣ୍ଡ ଗୁଂଜିବାକୁ ଘର ଡ଼ିହ ଖଣ୍ଡିଏ ରହିଛି । ସେହି ଘର ଡ଼ିହରେ ଏବେ ପଲିଥିନ ଘୋଡ଼ା ହୋଇ ରହିଛି । ମହାବାତ୍ୟା ଫନିରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ତାଙ୍କ ନା କିନ୍ତୁ ଭଙ୍ଗା ଘର ତାଲିକାରେ ମିଳୁ ନାହିଁ । ଯାହାକୁ ନେଇ ପଲିଥିନ୍‌‍ କୁଡ଼ିଆରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି ପାର୍ବତୀ ।

parbati maa

ପାର୍ବତୀଙ୍କ ଦୁଃଖ ଏତିକିରେ ଶେଷ ହୋଇନାହିଁ । ସ୍ଵାମୀଙ୍କ ମୃତ୍ୟୁର ଦେଢ ବର୍ଷ ପରେ ବି ସେ ବିଧବା ଭତ୍ତା ପାଇବାରୁ ବଞ୍ଚିତ । ଫର୍ମ ପରେ ଫର୍ମ ପକାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ମିଳିପାରିନାହିଁ । ପନ୍ଦର କିଲୋ ଚାଉଳ ପାଉଥିବାବେଳେ ଅର୍ନ୍ତଦୋୟ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ସାହି ପଡ଼ିଶା ଲୋକମାନେ ଦିନେ ଅଧେ ସହାୟତା ହାତ ବଢାଉଥିବାବେଳେ ଅନ୍ୟ ସମୟରେ ବଂଚିବା କଷ୍ଟକର ହୋଇ ପଡ଼ୁଛି । ଗାଁ ସ୍କୁଲରୁ ପିଲାମାନଙ୍କୁ ଖାଦ୍ୟ ପରଶିବା ପାଇଁ ୧୪ ଶହ ଟଙ୍କା ମିଳୁଛି ତାହା ସମୁଦ୍ରକୁ ସଂଖେ । ସେପଟେ ପାର୍ବତୀଙ୍କ ସମସ୍ୟାକୁ ନେଇ ଆମେ ପୁରୋହିତପୁର ସରପଂଚ ଏବଂ ବାଲିଅନ୍ତା ବିଡ଼ିଓ ଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବା ପରେ ପାର୍ବତୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିଛି ।

ସମସ୍ତଙ୍କୁ ମିଳିବ ପକ୍କା ଘର । କେହି ରହିବେ ନାହିଁ ଚାଳ ଘରେ । ଏଭଳି ପରିକଳ୍ପନା ନେଇ ଗରିବ ଲୋକମାନଙ୍କୁ ନେଇ କରାଯାଉଛି ଅନେକ ଯୋଜନା । ତେବେ ଏବେ ବି ଲୋକମାନେ ପଲିଥିନ୍‌‍ ଘରେ ରହୁଛନ୍ତି । ଯୋଜନା ସେମାନଙ୍କ ପାଇଁ ସାତ ସପନ । ତେବେ ଆଶା ରହିଛି ପ୍ରଶାସନ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବେ ଆଉ ଆଗ ଭଳି ପାର୍ବତୀଙ୍କ ମୁହଁରେ ହସ ଫୁଟିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.