VIP ଗାଡ଼ିରୁ ହଟିବ ସାଇରନ୍‌, କର୍କଶ ଶବ୍ଦ ଜାଗାରେ ଶୁଣାଯିବ ଭାରତୀୟ ବାଦ୍ୟଯନ୍ତ୍ରର ଧ୍ୱନି: ନୀତିନ ଗଡ଼କରୀ

VIP ଗାଡ଼ିରୁ ହଟିବ ସାଇରନ୍‌। ଏହା ବଦଳରେ ଶୁଣାଯିବ ବଂଶୀ, ତବଲା ଓ ଶଙ୍ଖର ଧ୍ୱନି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହା ଘୋଷଣା କରିଛନ୍ତି।

VIP ଗାଡ଼ିରୁ ହଟିବ ସାଇରନ୍‌। ଏହା ବଦଳରେ ଶୁଣାଯିବ ବଂଶୀ, ତବଲା ଓ ଶଙ୍ଖର ଧ୍ୱନି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହା ଘୋଷଣା କରିଛନ୍ତି। ପ୍ରକୃତରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜ୍ୟ ସଡ଼କ ମନ୍ତ୍ରଣାଳୟ ବର୍ତ୍ତମାନ ଗାଡ଼ିଗୁଡ଼ିକରେ ହର୍ଣ୍ଣ ଓ ସାଇରନ୍‌ର ତୀବ୍ର ଧ୍ୱନି ପରିବର୍ତ୍ତନ କରିବାକୁ ଯୋଜନା କରିଛି।

ଏଣିକି ଲୋକମାନେ ସାଇରନ୍‌ର କର୍କଶ ଶବ୍ଦ ଜାଗାରେ ଭାରତୀୟ ବାଦ୍ୟଯନ୍ତ୍ର ଯେପରି ବଂଶୀ, ତବଲା ଓ ଶଙ୍ଖର ଧ୍ୱନି ଶୁଣିବାକୁ ପାଇବେ। କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ପୁଣେରେ ଏକ କାର୍ଯ୍ୟକ୍ରମ ସମୟରେ ଏହା କହିଛନ୍ତି। ସେ କହିଛନ୍ତି ଯେ ସାଇରନ୍‌କୁ ହଟାଗଲେ ବହୁତ ଫାଇଦା ହେବ। ଏହାଦ୍ୱାରା ଶବ୍ଦ ପ୍ରଦୂଷଣ କମିବ। ମନ୍ତ୍ରାଳୟ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରୁଛି, ଯଦ୍ଦ୍ଵାରା ଲୋକମାନଙ୍କୁ ସାଇରନ୍‌ର କର୍କଶ ଶବ୍ଦରୁ ମୁକ୍ତି ମିଳିପାରିବ।

ସୂଚନାଥାଉ କି, କେନ୍ଦ୍ର ସରକାର ୨୦୧୭ ମେ’ ୧ରେ ପିଏମ୍‌ଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ଅଫିସରଙ୍କ ଗାଡ଼ି ଉପରୁ ନାଲିବତୀ ବ୍ୟାନ୍‌ କରିଥିଲେ। ସରକାର ନିଷ୍ପତ୍ତି ନେଇଥିଲେ ଯେ କେବଳ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଭଳି ଜରୁରୀକାଳୀନ ସେବା ଗାଡ଼ିଗୁଡ଼ିକରେ ହିଁ ନାଲିବତୀ ବ୍ୟବହାର କରାଯିବ। ଏହି ପଦପେକ୍ଷକୁ ଦେଶରେ VIP କଲ୍‌ଚରକୁ ଶେଷ କରିବା କ୍ଷେତ୍ରରେ ଏକ ବଡ଼ ପଦପେକ୍ଷ ରୂପେ ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.