କନ୍ଧମାଳ ଏସ୍‌ପିଙ୍କ ନିକଟରେ ନାବାଳିକା ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ : ନାବାଳିକା ମାଓବାଦୀଙ୍କ ଆତ୍ମସମର୍ପଣ। ଗତ ଡିସେମ୍ବର ୨୬ତାରିଖରେ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତ ଗୁଡ୍ରି ଗାଁରେ। ସେ ବାଂଶଧରା-ଘୁମୁସର ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାମ କରୁଥିଲେ। ୨୦୧୮ ଅକ୍‌ଟୋବରରେ ସେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ। ଗୋଛପଡ଼ା ଥାନା ଗାଡିମାସ୍କା କ୍ୟାମ୍ପରେ ଚଢାଉ ଓ ଦାରିଙ୍ଗବାଡି ଅଞ୍ଚଳରେ ଗଛକାଟି ପକାଇବା ଭଳି ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆତ୍ମସମର୍ପଣ ପରେ ରାଜ୍ୟ ସରକାରଙ୍କ ନୀତି ନିୟମ ଅନୁଯାୟୀ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.