Below header

ଜମୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଦ୍ୱିତୀୟ ଦିନରେ ନଗର ଭ୍ରମଣବେଳେ ସରକାରୀ ବସଷ୍ଟାଣ୍ଡରେ କିଛି ତ୍ରୁଟିକୁ ଦେଖି ଫାଇନ୍‌ କାଟିଲେ କଂସ ମହାରାଜା

ବରଗଡ଼: ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରିତିଦିନ ଚାଲିଛି ଶ୍ରୀକୃଷ୍ଣଙ୍କ ଲୀଳାଖେଳା। ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ଅଟ୍ଟହାସ୍ୟରେ କଂପୁଛି ମଥୁରା ନଗରୀ । ମହୋତ୍ସବର ଦ୍ୱିତୀୟ ଦିନରେ ମହାରାଜା କଂସ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖଦୁଃଖ ବୁଝିଛନ୍ତି । କିଛି ତ୍ରୁଟି ନଜରକୁ ଆସିବା ମାତ୍ରେ ଦଣ୍ଡବିଧାନ ସହ ଫାଇନ୍‌ କରୁଛନ୍ତି । ମହାରାଜା କଂସ ସରକାରୀ ବସଷ୍ଟାଣ୍ଡକୁ ଆସି ବୁଲିବା ବେଳେ କିଛି ତ୍ରୁଟି ଦେଖିଥିଲେ । ସରକାରୀ ଅଫିସରଙ୍କୁ ତାଗିଦ୍‌ ସହ ୨ ଲକ୍ଷ ଟଙ୍କାରେ ଦଣ୍ଡିତ କରିଥିଲେ । ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଛନ୍ତି ପ୍ରଭୂ ଶ୍ରୀକୃଷ୍ଣ। ଏହାପରେ ବସୁଦେବ ରାତି ଅନ୍ଧାରରେ ଶ୍ରୀକୃଷ୍ଣଙ୍କୁ ନେଇ ବାହାରି ପଡିଛନ୍ତି ହୋପପୁର। ଯମୁନା ନଦୀ ପାର ହୋଇ ନନ୍ଦଭବନରେ ଶ୍ରୀକୃଷ୍ଣଙ୍କୁ ରଖି ମଥୁରା ଫେରିଛନ୍ତି। ଆଜି ତୃତୀୟ ଦିନରେ ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ରାକ୍ଷାସୀ ପୁତନାକୁ ମହାରାଜ କଂସ ଗୋପପୁର ପଠାଇବା ଦୃଶ୍ୟ ଅଭିନୀତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.