ମଜାଦାର ଡ୍ୟାନ୍ସିଂ ଭିଡିଓ ସେୟାର କରି ନୂଆବର୍ଷର ଅଭିନନ୍ଦନ ଜଣାଇଲେ କାର୍ତ୍ତିକ ଆରିୟାନ୍‌

ବଲିଉଡ୍‌ରେ ନିଜ ପାଇଁ ସ୍ୱତନ୍ତ୍ର ଜାଗା ବନାଇସାରିଥିବା କାର୍ତ୍ତିକ ଆରିୟାନ୍‌ ଏବେ ଦୋସ୍ତାନା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଅଭିନେତା ସବୁବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଆକ୍ଟିଭ୍‌ ଥାନ୍ତି। କେବଳ ଆକ୍ଟିଭ୍‌ ନୁହେଁ କାର୍ତ୍ତିକ ସବୁବେଳେ ଫ୍ୟାନ୍‌ଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥାନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ପତି ପତ୍ନି ଔର ଓ୍ଵ ଫିଲ୍ମରେ ଦମ୍‌ଦାର ଅଭିନୟ କରିଥିବା ଏହି ଫିଲ୍ମ ଷ୍ଟାର ପ୍ରଶଂସକଙ୍କୁ ୨୦୨୦ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

Naachte Nachaate Naya Saal Bhi Aa Gaya 🕺🏻🤟🏻2020 !!! ❤️ Happy New Year 🥳 🔥

A post shared by KARTIK AARYAN (@kartikaaryan) on

ଅନ୍ୟ ସେଲିବ୍ରିଟିମାନେ ବିଦେଶରେ ପାର୍ଟି କରି ନୂଆବର୍ଷ ପାଳନ କରୁଥିବା ବେଳେ କାର୍ତ୍ତିକ ଏକ ନିଆରା ଅନ୍ଦାଜରେ ଫ୍ୟାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କାର୍ତ୍ତିକ ଇନ୍‌ଷ୍ଟାରେ ନିଜ ଫଟୋ ଥିବା ଏକ କାର୍ଟୁନ୍‌ର ଡ୍ୟାନ୍ସ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ନାଚ୍‌ତେ ନଚାତେ ନୟା ସାଲ ଭି ଆ ଗୟା ୨୦୨୦। ନୂଆବର୍ଷର ଅଭିନନ୍ଦନ।’

କାର୍ତ୍ତିକଙ୍କର ଏହି ଭିଡିଓକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.