ନିତ୍ୟକର୍ମ କରିବାକୁ ଯାଉଥିବା ମହିଳାଙ୍କ ସହ ଅସଦାଚରଣ କରି କୋର୍ଟଚାଲାଣ ହେଲା ଯୁବକ

ଆହତ ଅବସ୍ଥାରେ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ ମହିଳା । ତାଙ୍କ ପାଟି ଶୁଣି ଅନ୍ୟ ଜଣେ ମହିଳା ଦୌଡିଗଲେ ତାଙ୍କ ପାଖକୁ । ଆଉ ଧାଇଁ ଯାଇ ଦେଖନ୍ତି ତ ମହିଳାଙ୍କ ନାକ ଓ ମୁଣ୍ଡରୁ ରକ୍ତ ବାହାରୁଛି ।

ଦଶପଲ୍ଲା (କେନ୍ୟୁଜ) : ମହିଳାଙ୍କୁ ଏକାକୀ ପାଇ କାମୁଡିଦେଲେ ଯୁବକ । ପୁଣି କାମୁଡିଲେ ତ କାମୁଡିଲେ ମହିଳାଙ୍କ ନାକ ଓଠରୁ ରକ୍ତ ବାହାର କରିଦେଇଛନ୍ତି । ଯାହାପରେ ଆହତ ଅବସ୍ଥାରେ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ ମହିଳା । ତାଙ୍କ ପାଟି ଶୁଣି ଅନ୍ୟ ଜଣେ ମହିଳା ଦୌଡିଗଲେ ତାଙ୍କ ପାଖକୁ । ଆଉ ଧାଇଁ ଯାଇ ଦେଖନ୍ତି ତ ମହିଳାଙ୍କ ନାକ ଓ ମୁଣ୍ଡରୁ ରକ୍ତ ବାହାରୁଛି ।

ହଁ ଜଣେ ବିଧବା ଦିବ୍ୟାଙ୍ଗ ମହିଳାଙ୍କୁ ଏପରି ଅସଦାଚରଣ ହୋଇଛି । ଦଶପଲ୍ଲା ଥାନା ତେଣ୍ଡାବାଡ଼ି ପଞ୍ଚାୟତ ଖଳୀ ସାହି ଗାଁରେ ବିଧବା ଦିବ୍ୟାଙ୍ଗ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଶନିବାର ଦିନ ଦଶପଲ୍ଲା ଥାନା ଖଳୀ ସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।

ତେବେ କହିରଖିବାକୁ ଚାହିଁବୁ ଯେ ଗାଁର ବିଧବା ଦିବ୍ୟାଙ୍ଗ ମହିଳା ଜାନକୀ ବେହେରା ଗାଁ ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଉଥିବା ବେଳେ ଏକୁଟିଆର ସୁଯୋଗ ନେଇ ସେହି ଗାଁର ନିଜକ ବେହେରାଙ୍କ ପୁଅ ସରୋଜ ବେହେରା ତାଙ୍କୁ ଅଧାରାସ୍ତାରେ ଅଟକାଇ ମାଡ ମାରିବା ସହିତ ଅସଦାଚରଣ ପଦର୍ସନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମହିଳା ଜଣକ ସେଠାରୁ ଖସିଆସି ନିଜଘରେ କହିଥିଲେ ।

ପରେ ପରିବାର ଲୋକେ ଦଶପଲ୍ଲା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଦଶପଲ୍ଲା ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଦେଇଥିଲା । ପରିଶେଷରେ ସମୃକ୍ତ ଯୁବକକୁ ଧରିବାରେ ଦଶପଲ୍ଲା ପୋଲିସ ସଫଳ ମଧ୍ୟ ହୋଇଥିଲା । ଅନ୍ୟପକ୍ଷରେ ଗତକାଲି ଅପରାହ୍ନରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆଜି ସଂପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯିବା ନେଇ ଜଣାପଡ଼ିଛି।