ଆଉ ଫାସଟାଗରେ କଟିବନି ଟଙ୍କା, ଏଣିକି ଟୋଲ କଲେକସନ୍‌ ହେବ ଏପରି

ପରବର୍ତ୍ତୀ ମୂହୁର୍ତ୍ତରେ FASTAGର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଟୋଲ୍‌ ଟାକ୍ସ ଆଦାୟର ଏକ ନୂଆ ପ୍ରଣାଳୀ ଆରମ୍ଭ ହେବାକୁ ଯାଉଛି । ଏହାପରେ ଟୋଲ୍‌ କଲେକ୍ସନ ଆହୁରି ସୁବିଧାଜନକ ହେବାକୁ ଯାଉଛି । ଏବେ ଗାଡ଼ିଚାଳକ ବା ମାଲିକମାନେ FASTAGରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ରିଚାର୍ଜ କରାଇ ନେବା ଦରକାର ।

ପୂର୍ବରୁ ଗାଡ଼ିଚାଳକଙ୍କଠାରୁ ଟୋଲ୍‌ ବୁଥ୍‌ରୁ ମାନୁଆଲ୍‌ରେ ଟଙ୍କା ଆଦାୟ କରାଯାଉଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ FASTAGର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଟୋଲ୍‌ ଟାକ୍ସ ଆଦାୟର ଏକ ନୂଆ ପ୍ରଣାଳୀ ଆରମ୍ଭ ହେବାକୁ ଯାଉଛି । ଏହାପରେ ଟୋଲ୍‌ କଲେକ୍ସନ ଆହୁରି ସୁବିଧାଜନକ ହେବାକୁ ଯାଉଛି । ଏବେ ଗାଡ଼ିଚାଳକ ବା ମାଲିକମାନେ FASTAGରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ରିଚାର୍ଜ କରାଇ ନେବା ଦରକାର । ତେବେ ଖୁବଶୀଘ୍ର GPS ପ୍ରଣାଳୀରେ ଟୋଲ୍‌ ଟାକ୍ସ ଆଦାୟ ହେବାକୁ ଯାଉଛି । ଏହାଦ୍ୱାରା ରାଜମାର୍ଗରେ ଯାତ୍ରା ଆହୁରି ଦ୍ରୁତ ଓ ସୁଗମ ହୋଇପାରିବ । FASTAG ଏକ ଇଲୋକ୍ଟ୍ରୋନିକ୍‌ ଟ୍ୟାଗ୍‌ ।

ଏହାଦ୍ୱାରା ଗାଡ଼ିଚାଳକ ଟୋଲ୍‌ ଗେଟ୍‌ ନ ଅଟକି ବି ଟୋଲ୍‌ ପେମେଣ୍ଟ୍‌ କରି ପାରୁଛନ୍ତି । ସୁଗମ ଦୁରଯାତ୍ରା ଓ ଅପେକ୍ଷା ସମୟ କମ୍‌ କରିବାରେ ଏହା ସହାୟକ ହୋଇପାରିଛି । ୨୦୧୬ ମସିହାରେ ପରବହନ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଲାଗୁ କରାଯାଇଥିଲା । ତେବେ FASTAGରେ ମଧ୍ୟ କେତେକ ଗଡ଼ବଡ଼ ଓ ଉଲବ୍ଧତା କମ୍ ରହୁଥିବା ଅଭିଯୋଗ ହୋଇ ଆସୁଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଏବେ ଜିପିଏସ୍‌ ଆଧାରିତ ଟୋଲ୍‌ ଟାକ୍ସ ପ୍ରଣାଳୀ ଉପରେ ଧ୍ୟାନ ଦେବାରେ ଲାଗିଛି । GPS ଆଧାରିତ ଟୋଲ୍‌ ପ୍ରଣାଳୀ ଏକ ନୂଆ ଟେକ୍ନିକ୍‌ । ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ ମୁମ୍ବାଇର ଅଟଳ ସେତୁ ଭଳି କେତେକ ରାସ୍ତାରେ ଏହାକୁ ଲାଗୁ କରାଯାଇଛି ।

ଏହା ଗାଡ଼ିର ନମ୍ବର ପ୍ଲେଟ୍‌କୁ ବିଶେଷ ଭାବରେ ଯାଞ୍ଚ୍‌କରି ଟୋଲ୍‌ ଟାକ୍ସ ଆଦାୟ କରିପାରେ । କ୍ୟାମେରାରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରେକଗ୍ନିସନ (ANR) ଟେକ୍ନିକ୍‌ରେ କାମ କରୁଛି । ଏହି ପ୍ରଣାଳୀରେ ଟୋଲ୍‌ କଲେକ୍ସନ୍‌ ଗାଡ଼ିର ପଞ୍ଜିକୃତ ତଥ୍ୟ ଯୋଡ଼ି ହୋଇଥିବା ବ୍ୟାଙ୍କ୍‌ରୁ କରାଯିବ । GPS ଆଧାରିତ ଟୋଲ୍‌ କଲେକ୍ସନ ପ୍ରଣାଳୀ FASTAG ତୁଳନାରେ ଅନେକ ଫାଇଦା ପ୍ରଦାନ କରିଥାଏ । GPS ଟୋଲ୍‌ ଟାକ୍ସ ପ୍ରଣାଳୀରେ ଗାଡ଼ିଗୁଡ଼ିକୁ ଟୋଲ୍‌ ଗେଟ୍‌ ନିକଟରେ ଧିମା କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହାଦ୍ୱାରା ଯାତ୍ରାର ସମୟ ବଞ୍ଚିବ । ଖାଲି ସେତିକି ନୁହେଁ, FASTAG ରିଚାର୍ଜ କରାଇବା ଟେନ୍‌ସନ୍‌ ମଧ୍ୟ ନଥିବ ।

ଏହାଦ୍ୱାରା ଗାଡ଼ିକୁ କୌଣସି ଜାଗାରେ ବି ଅଟକାଇବା ଆବଶ୍ୟକ ନାହିଁ । ଏହାଦ୍ୱାରା ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ । ପ୍ରାଥମିକ ସ୍ତରରେ କେବଳ ପ୍ରମୁଖ ରାସ୍ତାଗୁଡ଼ିକରେ ଏହାକୁ ଲାଗୁ କରାଇବାକୁ ଯୋଜନା କରାଯାଉଛି । ସେପଟେ FASTAGକୁ ଭବିଷ୍ୟତରେ ଛୋଟ ଛୋଟ ରାଜପଥରେ କେବଳ ଲାଗୁ କରିବାକୁ ବକଳ୍ପ ଭାବରେ ରଖାଯିବ । ୨୦୨୪ ପ୍ରାରମ୍ଭରୁ ଏହା ଆରମ୍ଭ ହୋଇଯାଇଛି । ପାଇଲଟ ପରିଯୋଜନାର ସଫଳତା ପରେ GPS ଟୋଲ୍‌ କଲେକ୍ସନ ଉପରେ ଧ୍ୟାନ ଦିଆଯାଉଛି । ମୋଟ ଉପରେ କହିବାକୁ ଗଲେ ରାଜପଥରେ ଯାତ୍ରାର ଅଧିକ ଆନନ୍ଦ ଦେବ GPS ଟୋଲ୍‌ କଲେକ୍ସନ ସିଷ୍ଟମ୍‌ । ଏହି କୁଶଳୀ ପ୍ରଣାଳୀ ସାରା ଦେଶରେ ଲକ୍ଷଲକ୍ଷ ଯାତ୍ରୀଙ୍କୁ ଏକ ବିଶେଷ ଅନୁଭବ ଦେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.