ସହକର୍ମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେଲେ ରେଳ କର୍ମଚାରୀ, ୧୪୭ ଟ୍ରେନ ବାତିଲ

ଟ୍ରେନ କର୍ମଚାରୀମାନେ ନିଜର ଜଣେ ସାଥି କର୍ମଚାରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବାକୁ ଯାଇଥିଲେ । ଫଳରେ ମୁମ୍ବାଇରେ ଲୋକାଲ ଟ୍ରେନ ସମତେ ୧୪୭ ଟ୍ରେନ ବାତିଲ କରିବାକୁ ପଡିଥିଲା । ଏମିତି ଘଟଣା ମୁମ୍ବାଇର ଭାୟାକଲାର ଘଟିଛି ।

ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା ମଧ୍ୟ କରନ୍ତି । ବେଳେ ବେଳେ ଖରାପ ପାଣିପାଗ କିମ୍ବା ବିରୋଧ ଯୋଗୁଁ ଟ୍ରେନ ବିଳମ୍ବ ହେବା ଆପଣ ନିଶ୍ଚିତ ଶୁଣିଥିବେ । ଏହା ସାଧାରଣ କଥା । କିନ୍ତୁ କେବେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଟ୍ରେନ ବିଳମ୍ବ ହେବା କଥା ଶୁଣିନଥିବେ । ଗୋଟେ କି ଦୁଇଟି ନୁହେଁ ୧୪୭ଟି ଟ୍ରେନ ବାତିଲ ହୋଇଥିଲା । ଏମିତି ଘଟଣା ମୁମ୍ବାଇର ଭାୟାକଲାର ଘଟିଛି ।

ଖବର ମୁତାବକ, ଶନିବାର ସନ୍ଧ୍ୟାରେ ମୁମ୍ବାରର ଭୟକଲା ଏବଂ ସେଣ୍ଡହଷ୍ଟ ରୋଡ ଷ୍ଟେସନ ମଧ୍ୟରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା । ଆଉ କିଛି ଟ୍ରେନ ନିଜ ସମୟ ଠାରୁ ବିଳମ୍ବରେ ଚାଲୁଥିଲା । ଯାହାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ନିଶ୍ଚିତ ହେବେ ।

ଟ୍ରେନ କର୍ମଚାରୀମାନେ ନିଜର ଜଣେ ସାଥି କର୍ମଚାରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବାକୁ ଯାଇଥିଲେ । ଫଳରେ ମୁମ୍ବାଇରେ ଲୋକାଲ ଟ୍ରେନ ସମତେ ୧୪୭ ଟ୍ରେନ ବାତିଲ କରିବାକୁ ପଡିଥିଲା । ମୋଟର ମ୍ୟାନ ନିଜ ସହକର୍ମୀଙ୍କ ଅନ୍ତିମ ସଂସ୍କାରକୁ ଶଶ୍ମାନ ଘାଟକୁ ଯାଇଥିଲେ । ଫଳରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ହଜାର ହଜାର ଯାତ୍ରୀ ଅନେକ ଷ୍ଟେସନରେ ଫସିଯାଇଥିଲେ । ଟ୍ରେନ ବିଳମ୍ବ ଏବଂ ବାତିଲ ହେବାର କାରଣ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ମୃତ ରେଳ କର୍ମଚାରୀ ଜଣକ ଟ୍ରାକରେ କାମ କରୁଥିବା ବେଳେ ଜୀବନ ଚାଲିଯାଇଥିଲା । ତେଣୁ ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଅନ୍ୟ କର୍ମଚାରୀ ଶଶ୍ମାନ ଘାଟକୁ ଚାଲିଯାଇଥିଲେ । ଅନ୍ତିମ ସଂସ୍କାର ଦିନ ଦ୍ୱିପ୍ରହରରେ ହେବାର ଥିଲା । ଯାହା ହେବାରେ ବିଳମ୍ବ ହେବାରୁ କର୍ମଚାରୀମାନେ ଡ୍ୟୁଟିରେ ପହଞ୍ଚିବାକୁ ବିଳମ୍ବ ହୋଇଯାଇଥିଲା । ଆଉ ଏଥିପାଇଁ ଟ୍ରେନ ବିଳମ୍ବ ଆଉ ବାତିଲ ହୋଇଥିଲା । ଏଥିପାଇଁ ହଜାର ହଜାର ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.