AIIMS ଡାକ୍ତରଙ୍କ ଚମତ୍କାର, ଫୁସଫୁସରୁ ୪ ସେମି ଲମ୍ବା ଛୁଞ୍ଚି କାଢି ବଞ୍ଚାଇଲେ ୯ ବର୍ଷ ଛୁଆର ଜୀବନ

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ର ଡାକ୍ତରମାନେ ଫୁସଫୁସରେ ଲାଗିଥିବା ସିଲେଇ ପାଇଁ ବ୍ୟବହାର କରାଯାଉଥିବା ଏକ ଚାରି ସେଣ୍ଟିମିଟର ଲମ୍ବା ଛୁଞ୍ଚିକୁ ବାହାର କରି ଏକ ୯ ବର୍ଷର ଶିଶୁର ଜୀବନ ରକ୍ଷା କରିଛନ୍ତି । ଏହି ହସ୍ପିଟାଲର ଡାକ୍ତରମାନେ ଶୁକ୍ରବାର ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ଡାକ୍ତରମାନେ ଭଗବାନଙ୍କ ରୂପ ହୋଇଥାନ୍ତି । କିନ୍ତୁ ଏହା କେବଳ କଥାରେ ନୁହେଁ, ଏହା ଏକ ବାସ୍ତବତା କାରଣ ଡାକ୍ତରମାନେ ବେଳେବେଳେ ଅତି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ରୋଗୀର ଜୀବନ ରକ୍ଷା କରିଥାନ୍ତି । ତେବେ ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ର ଡାକ୍ତରମାନେ ଫୁସଫୁସରେ ଲାଗିଥିବା ସିଲେଇ ପାଇଁ ବ୍ୟବହାର କରାଯାଉଥିବା ଏକ ଚାରି ସେଣ୍ଟିମିଟର ଲମ୍ବା ଛୁଞ୍ଚିକୁ ବାହାର କରି ଏକ ୯ ବର୍ଷର ଶିଶୁର ଜୀବନ ରକ୍ଷା କରିଛନ୍ତି ।

ଏହି ହସ୍ପିଟାଲର ଡାକ୍ତରମାନେ ଶୁକ୍ରବାର ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହା ପରେ ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । AIIMS ହସ୍ପିଟାଲର ଡାକ୍ତରମାନେ ଏଭଳି ଏକ ଚତ୍ମକାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଏବଂ ଏବେ ସମସ୍ତେ ସେମାନଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ହସ୍ପିଟାଲରେ ଥିବା ଶିଶୁରୋଗ ବିଶେଷଜ୍ଞମାନେ ପଡୋଶୀ ପଶ୍ଚିମବଙ୍ଗରୁ ଆସିଥିବା ବାଳକର ଫୁସଫୁସରୁ ଛୁଞ୍ଚିକୁ ବାହାର କରିବା ପାଇଁ ଏକ ‘ବ୍ରୋଙ୍କୋସ୍କୋପିକ୍’ ପ୍ରଣାଳୀ ବ୍ୟବହାର କରିଥିଲେ ।

ବ୍ରୋଙ୍କୋସ୍କୋପି ହେଉଛି ଏକ ପତଳା, ଆଲୋକିତ ଟ୍ୟୁବ୍ (ବ୍ରୋଙ୍କୋସ୍କୋପ୍) ବ୍ୟବହାର କରି ୱିଣ୍ଡପାଇପ୍ ମାଧ୍ୟମରେ ଫୁସଫୁସକୁ ସିଧାସଳଖ ଦେଖିବା ପାଇଁ ଏକ ପ୍ରଣାଳୀ । ଗତ ସପ୍ତାହରେ ଛୁଞ୍ଚି ହଟାଇବା ପାଇଁ ଡକ୍ଟର ରଶ୍ମୀ ରଂଜନ ଦାସ, ଡ. କୃଷ୍ଣ ଏମ ଗୁଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କ ସହିତ ଶିଶୁ ବିଶେଷଜ୍ଞଙ୍କ ଏକ ଟିମ ବ୍ରୋଙ୍କୋସ୍କୋପିକ ପ୍ରଣାଳୀ ବ୍ୟବହାର କରିଥିଲେ। । ଡାକ୍ତର ରଶ୍ମୀ ରଂଜନ ଦାସ କହିଛନ୍ତି ଯେ ପ୍ରାୟ ଏକ ଘଣ୍ଟା ସମୟ ନେଇଥିବା ଏହି ପ୍ରକ୍ରିୟା ମାଧ୍ୟମରେ ରୋଗୀ ଜୀବନ ପ୍ରତି ବିପଦ ଥିବା ସର୍ଜରୀ (ଥୋରାକଟୋମି) ରୁ ବଞ୍ଚି ଯାଇଥିଲେ ।

‘ଥୋରାକଟୋମି’ ଏହି ଛୋଟ ପୁଅଟିର ଜୀବନକୁ ବିପଦରେ ପକାଇ ପାରିଥାନ୍ତା କାରଣ ଏଥିରେ ଫୁସଫୁସର ଏକ ଅଂଶ ହଟାଇବାକୁ ପଡିଥାଏ । ଏହି ପ୍ରକ୍ରିୟା ପରେ ଚାରି ଦିନ ପାଇଁ ଭର୍ତ୍ତି ହୋଇରହିଥିବା ରୋଗୀର ଅବସ୍ଥା ଏବେ ସ୍ଥିର ରହିଛି ଏବଂ ଖୁବ ଶୀଘ୍ର ଛୋଟ ପୁଅଟି ସୁସ୍ଥ ହେବାକୁ ଯାଉଛି । AIIMS ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅଶୁତୋଷ ବିଶ୍ଵାସ ଚିକିତ୍ସକଙ୍କ ଉତ୍ସର୍ଗୀକୃତ ଟିମକୁ ପ୍ରଶଂସା କରିବା ସହ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ବିନା ସର୍ଜରୀରେ ଅତି ସୁରକ୍ଷିତ ଭାବରେ ଶିଶୁଟିର ଜୀବନ ବଞ୍ଚାଇବା ସହ ଛୁଞ୍ଚିଟିକୁ ବାହାର କରିଥିବାରୁ ଲୋକମାନେ ବର୍ତ୍ତମାନ ଏହି ଡାକ୍ତରମାନଙ୍କର ଖୁବ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.