Below header

ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ସଫଳତା, ୪୮ ଘଣ୍ଟା ନପୁରୁଣୁ ଧରା ହେଲେ ଅପରାଧୀ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମାଉସୀକୁ ହତ୍ୟା ଉଦ୍ୟମ ଘଟଣାରେ । ଆଜି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏକ ସାମ୍ବାଦୀକ ସମ୍ମିଳନୀ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜନ କରି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ଜଣେ ମହିଳା ପାରଳାଖେମୁଣ୍ଡି ତେଲି ଶୁଣ୍ଢି ସାହିର ଏସ.କାନ୍ତାମ୍ମା, ଏସ.ତେଜା ରାଓ ଓ ପାରଳାଖେମୁଣ୍ଡି ଅଙ୍କ ସାହିର ଜି.ରୋହିତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ସ୍କୁଟି, ଗୋଟିଏ ବାଇକ, ତିନୋଟି ମୋବାଇଲ, ଜୋତା, ସାଢି ଫଲସ ଜବତ କରିଛି । ତେବେ ଏମାନେ ବିଧାୟକ କେ.ନାରାୟଣ ରାଓ ଅନୁପସ୍ଥିତ ଥିବା ସୁଯୋଗ ନେଇ ବିଧାୟକଙ୍କ ମାଉସୀ ତାତାମ୍ମାଙ୍କୁ ହତ୍ୟା କରିବା ସହ ଲୁଟ କରିବା ପାଇଁ ପୂର୍ବ ଯୋଜନା ମୁତାବକ ଏହି ଅପରାଧ କରିଥିବା ପୋଲିସ କହିଛି ।

gajapati police1

ଏଠାରେ ପ୍ରକାସ ଥାଉକି ଗତ ୨୫ତାରିଖ ବିଳମ୍ବିତ ସଂନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକଙ୍କ ଘରକୁ ୨ଜଣ ଯୁବକ ପ୍ରବେଶ କରି ଲୁଟ ଉଦ୍ୟମ ସହ ବିଧାୟକଙ୍କ ମାଉସିଙ୍କୁ ତଣ୍ଡିଚିପି ହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ସାହି ପଡୋଶୀ ପହଞ୍ଚିଯିବାରୁ ଏହି ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲା । ଯାହାକୁ ପାରଳାଖେମୁଣ୍ଡି ପୋଲିସ ଚ୍ୟାଲେଞ୍ଜ ସହ ନେଇ ଘଟଣା ଘଟିବାର ୪୮ଘଣ୍ଟା ନପୁରୁଣୁ ପାରଳାଖେମୁଣ୍ଡି ଓ ଆନ୍ଧ୍ରପ୍ରଦେଶର ପାତପାଟନମରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.