Below header

ଭାରତୀୟ ବାୟୁ ସେନା (IAF) ଗ୍ରୁପ୍ X ଏବଂ Y ରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭାରତୀୟ ବାୟୁ ସେନା (IAF) ଗ୍ରୁପ୍ X ଏବଂ Y ଟ୍ରେଡସ୍ ଜରିଆରେ ଏୟରମ୍ୟାନ୍ ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବାୟୁସେନାର ଏହିସବୁ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୭ ନଭେମ୍ବର ୨୦୨୦ ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇଛି।
ଆବେଦନକାରୀ IAF ଅଧିକାରୀଙ୍କ େଓ୍ଵବସାଇଟ୍ airmenselection.cdac.in କୁ ଯାଇ ଅନଲାଇନ୍ ଜରିଆରେ ପଞ୍ଜିକରଣ କରିପାରିବେ। ଉକ୍ତ ପଦବୀରେ ନିଯୁକ୍ତି ନେଇ ହେବାକୁ ଥିବା ପରୀକ୍ଷା ନୂଆଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଭୋପାଳ ଏବଂ ପୁଡୁଚେରୀରେ ୧୦ ଡିସେମ୍ବର ୨୦୨୦ ରେ ଆୟୋଜିତ କରାଯିବ। ଏହି ନିଯୁକ୍ତି ୧୦ ଡିସେମ୍ବରରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।

air-forceଗ୍ରୁପ୍ X ଟ୍ରେଡ ପାଇଁ ଆବେଦନକାରୀଙ୍କ ଯୋଗ୍ୟତା ଗଣିତ, ଭୌତିକ ଏବଂ ଇଂରାଜୀ ବିଷୟ ଥାଇ ଇଣ୍ଟରମିଡିଏଟ୍ ହୋଇଥିବା ଆବଶ୍ୟକ। ଏଥିସହ ଆବେଦନକାରୀ ଦ୍ୱାଦଶ ପାସ୍ ରେ ୫୦ ପ୍ରତିଶତ ଏବଂ ଇଂରାଜୀରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ଏହାବ୍ୟତୀତ ଇଂଜିନିୟରିଂ (ମେକାନିକାଲ/ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ/ଅଟୋମୋବାଇଲ/କମ୍ପ୍ୟୁଟର ସାଇନ୍ସ/ଇଷ୍ଟ୍ୟୁମେଣ୍ଟେସନ୍ ଟେକ୍ନୋଲୋଜି/ଇନଫରମେସନ୍ ଟେକ୍ନୋଲୋଜି)ରେ ୩ ବର୍ଷର ଡିପ୍ଲୋମା ଆବଶ୍ୟକ। ଏଥିରେ ମଧ୍ୟ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ସେହିଭଳି ଗ୍ରୁପ୍ Y ମେଡିକାଲ ଆସିଷ୍ଟାଣ୍ଟ ଟ୍ରେଡ ପାଇଁ ଇଣ୍ଟରମିଡିଏଟ୍ ରେ ୫୦ ପ୍ରତିଶତ ମାର୍କ ଥିବା ଆବଶ୍ୟକ। ଏଥିସହ ଭୌତିକ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀରେ ଆବେଦନକାରୀ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.