ଚାଉଳ ନୁହେଁ କେବଳ ନଡ଼ିଆରେ ପ୍ରସ୍ତୁତ କରନ୍ତୁ ଲାଜବାବ୍ ଖିରି , ବାସ୍ନାରେ ହୋଇଯିବେ ବିମୋହିତ

ମିଠା କଥା ଉଠିଲେ ଆମେ ଭାରତୀୟମାନେ ପ୍ରଥମେ ପାରମ୍ପରିକ ଡିସ୍ ଖିରି କଥା ମନେ ପକାଇଥାନ୍ତି। ଖିରିର ସ୍ୱାଦ ସବୁଠୁ ଖାସ୍। ତେବେ ଆପଣ ତ ଚାଉଳରେ ପ୍ରସ୍ତୁତ ଖିରି ଖାଇଥିବେ କିନ୍ତୁ ନଡିଆରେ ପ୍ରସ୍ତୁତ ଖିରି କେବେ ଖାଇଛନ୍ତି। ଆସନ୍ତୁ ଆଜି ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ନଡ଼ିଆ – ୧
  • କ୍ଷୀର – ୧ ଲିଟର
  • ଚିନି – ୩/୪ କପ୍
  • ଅଳେଇଚ ପାଉଡର – ୧/୨ ଚାମଚ
  • କଟା ବାଦାମ – ୧ ଚାମଚ
  • କଟା କାଜୁ – ୧ ଚାମଚ
  • କଟା ପିସ୍ତା – ୧ ଚାମଚ
  • କେସର – ସାମାନ୍ୟ

ପ୍ରସ୍ତୁତି ପ୍ରଣାଳୀ

ଏକ ଚାମଚ ଗରମ କ୍ଷୀରରେ କେସରକୁ ଭିଜାଇ ଦିଅନ୍ତୁ। ପ୍ୟାନ୍‌ରେ କ୍ଷୀର ଦେଇ ଲଗାତର ଫୁଟାନ୍ତୁ। ଯେତେବେଳେ କ୍ଷୀର ଅଧା ହୋଇଯିବ ସେତେବେଳେ କୋରା ନଡ଼ିଆ ମିଶାଇ ଦିଅନ୍ତୁ। କ୍ଷୀର ଏବଂ ନଡ଼ିଆର ଏହି ମିଶ୍ରଣକୁ ମିଶାଇ ଦିଅନ୍ତୁ। ଧୀମା ଆଞ୍ଚରେ ନଡ଼ିଆ ଏବଂ କ୍ଷୀରକୁ ୧୫ ରୁ ୨୦ ମିନିଟ୍ ପଯ୍ୟର୍ନ୍ତ ଆଞ୍ଚରେ ବସାନ୍ତୁ। ଯେମିତି ପ୍ୟାନ୍ ତଳେ ଏହା ନ ଲାଗେ। ଏବେ ପ୍ୟାନରେ ଚିନି, ଅଳେଇଚ ପାଉଡର, କେସର, ବାଦାମ, କାଜୁ ଏବଂ ପିସ୍ତା ପକାନ୍ତୁ। ଏହିସବୁକୁ ଭଲଭାବେ ମିଶାନ୍ତୁ ଏବଂ ପାଞ୍ଚ ରୁ ସାତ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍‌ରେ ବସାନ୍ତୁ । ଯେମିତି ପ୍ୟାନ୍ ତଳେ ଏହା ନ ଲାଗେ। କିଛି ସମୟ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ନଡ଼ିଆ ଖିରି । ଏହାକୁ ଥଣ୍ଡା କିମ୍ବା ଗରମ ଆପଣଙ୍କ ଇଚ୍ଛାରେ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.