Below header

ଘଟଗାଁ : ଚଳନ୍ତା ବସ୍ ଉପରକୁ ଆଖିବୁଜା ତୀରମାଡ କଲେ ଦୁର୍ବୃତ୍ତ, ଜଣେ ଠିକା ଶ୍ରମିକ ଗୁରୁତର

ଘଟଗାଁ (କେନ୍ୟୁଜ୍): ଚଳନ୍ତା ବସ୍ ଉପରକୁ ତୀରମାଡ। ଘଟଗାଁ ହରିଚନ୍ଦନପୁର ବ୍ଲକ ଦୈତାରୀ ଓଏମ୍‌ସି ଖଣିରେ ନିୟୋଜିତ ଠିକା କମ୍ପାନୀର ଏକ ଷ୍ଟାପ୍ ବସ୍ ଉପରକୁ ଆଖିବୁଜା ତୀରମାଡ କରିଛନ୍ତି ଦୁର୍ବୃତ୍ତ। ତେବେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଣେ ଠିକା ଶ୍ରମିକଙ୍କ ପେଟରେ ତୀର ପଶିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡୁବୁରୀ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ତୀର ବାଜି ବସ୍ କାଚ ଭାଙ୍ଗିରୁଜି ଯାଇଛି। ଏଭଳି ଆକ୍ରମଣ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଆକ୍ରମଣର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.