ୟୁଟ୍ୟୁବରେ ୭ ବର୍ଷର ବାଳକ ହେଲେ କୋଟିପତି, ଜାଣନ୍ତୁ କେମିତି

ନିଜର ସ୍ୱପ୍ନକୁ ପୁରା କରିବା ପାଇଁ ଜୀବନରେ ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ କରି ଟଙ୍କା ଆୟ କରିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇନଥାଏ। ଫୋର୍ବ୍ସ ଲିଷ୍ଟ ଅନୁଯାୟୀ ଏଭଳି ଏକ ଛୋଟ ପିଲାଟିଏ, ଯାହାର ବୟସ ମାତ୍ର ୭ ବର୍ଷ। ଏହି ୭ବର୍ଷର ବାଳକ ନିଜର ପରିଶ୍ରମରେ କୋଟିପତି ହୋଇପାରିଛି।

ryanଏହି କଥା ଶୁଣିବା ପରେ ଆପଣମାନେ ଭାବୁଥିବେ କି ଏହି ବୟସରେ ପିଲାଟି କି କାମ କରିପାରିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଛୋଟ ପିଲା ବିଷୟରେ କହିବାକୁ ଯାଉଛୁ, ଯିଏ ୭ ବର୍ଷ ବୟସରେ ମଧ୍ୟ ଖେଳନାର ସମୀକ୍ଷା କରି ୧୦୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ ଫୋର୍ବ୍ସ ର ୟୁଟ୍ୟୁବ ଚ୍ୟାନେଲରୁ ଟଙ୍କା ଇନକମ୍‌ କରିବା ଲିଷ୍ଟରେ ଚଳିତ ବର୍ଷ ରୋୟାନ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲ ଚଳିତ ବର୍ଷ ସବୁଠାରୁ ଅଧିକ ଆୟ କରିପାରିଛି। ଏହି ଛୋଟ ପିଲାଟି କେଳା ଉପରେ ସମୀକ୍ଷା କରି କୋଟିପତି ହୋପାରିଛନ୍ତି।

Ryan_

ଏହାସହ ପଢନ୍ତୁ: ପର୍ଯ୍ୟଟକଙ୍କୁ ନେଇ ରହଛି କେଉଁ ଦେଶରେ କି ନିୟମ, ଜାଣନ୍ତୁ ଏହାର ଆଇନ୍‌-କାନୁନ୍‌ ବିଷୟରେ

ଏହି ଛୋଟ ପିଲାଟି ମାର୍କେଟକୁ ଆସୁଥିବା ସମସ୍ତ ଖେଳନା ଉପରେ ପିଲାମାନଙ୍କ ପାଇଁ ଏବଂ ତାଙ୍କ ମାତା-ପିତାଙ୍କ ପାଇଁ ସମୀକ୍ଷା କରିଥାନ୍ତି। ଗତବର୍ଷ ଏହି ୟୁଟ୍ୟୁବ ଚ୍ୟାନେଲ ଫୋର୍ବ୍ସ ଲିଷ୍ଟରେ ଆଠ ନମ୍ବରରେ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ସ୍ଥାନରେ ପହଞ୍ଚିପାରିଛି। ରୋୟାନ ଏହି ୟୁଟ୍ୟୁବ ଚ୍ୟାନେଲରେ ନିଜ ପରିବାର ସଦସ୍ୟଙ୍କ ସହ ମିଶି କାମ କରିଥାନ୍ତି। ରୋୟାନ ୧ ଜୁନ ୨୦୧୭ ରୁ ୧ ଜୁନ ୨୦୧୮ ମଧ୍ୟରେ ପାଖାପାଖି ୨୨ ମିଲିୟନ ଡଲାର ଆୟ କରିପାରିଛନ୍ତି।

You might also like