ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ୨୫ଟି ଗାଁର ହଜାର ହଜାର ଲୋକେ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ଖଜୁରିପଡ଼ାରେ ମାଓବାଦୀ ସଂଗଠନ ପକ୍ଷରୁ ଏହି ପ୍ରଜାମେଳି କରାଯାଇଥିଲା। ଏକାଠି ହୋଇଥିଲେ ନକାମାମୁଡି, ଯନ୍ତ୍ରୀ, ପଣସପୁଟ, ଆଣ୍ଡ୍ରପାଲି ପଞ୍ଚାୟତର ୨୫ଟି ଗାଁର ହଜାର ହଜାର ଲୋକ। ନାକାମାମୁଡି ପଞ୍ଚାୟତ ଅଧୀନରେ ଆସୁଛି ୫୪ଟି ଗାଁ। ଫଳରେ ଲୋକ ବହୁ ସମସ୍ୟା ଭୋଗୁଛନ୍ତି। ମୌଳିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ଦୁଇ ଭାଗରେ ବିଭକ୍ତ କରି ନୂତନ ଭାବେ ମୁଦୁଲିଗୁଡାକୁ ପଞ୍ଚାୟତ କରିବାକୁ ବହୁ ଦିନରୁ ଦାବି କରି ଆସୁଛନ୍ତି ଲୋକ। ଏହି ଦାବିରେ ମାଓବାଦୀମାନେ ଖଜୁରିଗୁଡାରେ ପ୍ରଜାମେଳି କରିଥିଲେ। ଦୀର୍ଘ ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ। ଟପ୍ ମାଓନେତା ଘାସି, ଚନ୍ଦନ, ସୁଧୀରଙ୍କ ନେତୃତ୍ୱରେ ଏହି ପ୍ରଜାମେଳି ହୋଇଥିବା ସୂଚନା ମିଳିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।