ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି, ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଏଥିପାଇଁ ୪ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପରେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରାଯିବ । ଦତ୍ତ ମହାପାତ୍ର ଓ ସେବାୟତ ମାନେ ମହାପ୍ରଭୁଙ୍କର ଶୃଙ୍ଗାର କରିବେ । ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତିରେ ମହାପ୍ରଭୁଙ୍କର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ,କର୍ପୁର, କସ୍ତୁରୀ ଇତ୍ୟାଦି ବ୍ୟବହାର କରାଯାଇ ଶୃଙ୍ଗାର କରାଯିବାର ପରମ୍ପରା ରହିଛି । ରାତି ପ୍ରାୟ ୮ଟା ପରେ ବନକଲାଗି ନୀତି ଶେଷ ହେବା ପରେ ଦର୍ଶନ ସ୍ୱାଭାବିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.