Below header

ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ଆନନ୍ଦପୁର (କେନ୍ଯୁଜ୍): ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟ୍‌ । ଆନନ୍ଦପୁର ଥାନା ବ୍ୟାରେଜ ନିକଟରୁ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ପଦ୍ମପୁର ଗାଁର ରାମଚନ୍ଦ୍ର ସାହୁ ନିଜ ପତ୍ନୀ ଇନ୍ଦୁମତି ଏବଂ ତାଙ୍କର ଦୁଇ ଛୁଆଙ୍କୁ ଧରି ଭଉଣୀ ଘର ଗଉଡ଼ ବାହାଳିକୁ ଯାଇଥିଲେ ।

ଗତକାଲି ସନ୍ଧ୍ୟାରେ ଫେରିବା ବାଟରେ ବ୍ୟାରେଜ ନିକଟରେ ୩ ଜଣ ଦୁର୍ବୁତ୍ତ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ ।

ଦୁର୍ବୁତ୍ତଙ୍କ ଆକ୍ରମଣରେ ରାମଚନ୍ଦ୍ର ଆହତ ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଇନ୍ଦୁମତିଙ୍କ ନିକଟରୁ ସୁନା ଅଳଙ୍କାର ଲୁଟି ଫେରାର ହୋଇଥିବା ପରେ ଆନନ୍ଦପୁର ପୋଲିସ ବିଭନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.