ଦୁର୍ଗା ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟିନେଲେ ଚୋର, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ମାଙ୍କର ପିନ୍ଧିଥିବା ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର,ସୁନା ଆଖି,ସୁନା ମୁକୁଟ ସହ ହୁଣ୍ଡି ଦାନବାକ୍ସ ରେ ଥିବା ଟଙ୍କା ଚୋରି ହୋଇଛି ।

କଟକ (କେନ୍ୟୁଜ): ଠାକୁରଙ୍କୁ ବି ଛାଡିଲେନି ଲୁଟେରା। ଲୁଟିନେଇଗଲେ ଠାକୁରଙ୍କ ସୁନା ଅଳଙ୍କାର । କଟକ ଦରଖାପଟଣା ଦୁର୍ଗା ମଣ୍ଡରୁ ବଡ଼ ଧରଣର ଚୋରି। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । ମାଆ ପିନ୍ଧିଥିବା ଚାନ୍ଦି ମୁକୁଟ, ମଙ୍ଗଳସୂତ୍ର, ଆଖି, ସୁନା ମୁକୁଟ ସହ ଦାନ ବାକ୍ସରେ ଥିବା ଟଙ୍କା ଚୋରି କରିନେଇଛନ୍ତି। ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିଥିବାବେଳେ ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସିସିଟିଭି ଫୁଟେଜ ଯାଞ୍ଚରୁ ଜଣାପଡ଼ିଛି ଦୁଇ ଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିରକୁ ଯାଉଥିବା ଦେଖିବାକୁ ମିଳିଛି