ମାଳଦ୍ୱୀପ ସଂସଦରେ ମାରପିଟ୍‌ ଓ ଗଣ୍ଡଗୋଳ, ଗଡ଼ାଗଡ଼ି ହେଲେ ସାଂସଦ : ଭିଡିଓ ଭାଇରଲ

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ମନ୍ତ୍ରିମଣ୍ଡଳର ସଂସଦୀୟ ମଂଜୁରୀ ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ । ଏଥିପାଇଁ ଭୋଟିଂ ବେଳେ ମାଳଦୀପ ସଂସଦରେ ଜୋରଦାର ହଙ୍ଗାମା । ସଂସଦ କାର୍ଯ୍ୟକ୍ରମ ଅଚଳ କରିବାକୁ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ଆସନ ନିକଟରେ ପହଞ୍ଚି ବାଧା ସୃଷ୍ଟି କରିଥିଲେ ।

ମାଳଦ୍ୱୀପ ସଂସଦରେ ଲଙ୍କାକାଣ୍ଡ । ସଂସଦ କାର୍ଯ୍ୟକ୍ରମ ଅଚଳ କରିବାକୁ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ଆସନ ନିକଟରେ ପହଞ୍ଚି ବାଧା ସୃଷ୍ଟି କରିଥିଲେ । ଶାସକ ଦଳ ସଦସ୍ୟମାନଙ୍କ ଏପରି ଆଚରଣକୁ ବିରୋଧୀ ସାଂସଦଙ୍କ ବିରୋଧ ପରେ ମାରପିଟ୍ ଓ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ କ୍ୟାବିନେଟର ୪ ସଦସ୍ୟଙ୍କୁ ନେଇ ସଂସଦରେ ଏହି ଲଙ୍କାକାଣ୍ଡ ହୋଇଛି ।

ମୁଇଜ୍ଜୁ କ୍ୟାବିନେଟର ୨୨ ସଦସ୍ୟଙ୍କୁ ସଂସଦୀୟ ଅନୁମତି ପ୍ରଦାନ ପାଇଁ ରବିବାର ଦିନ ଗୋଟାଏ ବେଳେ ଭୋଟିଂ ହେବାର ଥିଲା । ହେଲେ ଏହା ପୂର୍ବରୁ ବିରୋଧୀ ଦଳ ଏମଡିପି ତିନିଧାଡିଆ ହ୍ୱିପ ଜାରି କରି ଚାରି କ୍ୟାବିନେଟ ସଦସ୍ୟଙ୍କୁ ମଂଜୁରୀ ନଦେବାକୁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା ଆଉ ଏକ ବିରୋଧୀ ଦଳ ଦ ଡେମୋକ୍ରାଟ୍ସ । ଚୀନ ବଳରେ ବଳୀୟାନ ମୁଇଜ୍ଜୁ ସରକାର ପ୍ରଥମେ ବିରୋଧୀଙ୍କ ପାଇଁ ସଂସଦ ଦ୍ୱାର ବନ୍ଦ କରିଥିଲେ । ବାଚସ୍ପତିଙ୍କ ଆସନ ପାଖକୁ ଯାଇ ତାଙ୍କ କାନ ପାଖରେ ପେଁକାଳି ବଜାଇଥିଲେ PMC ସାଂସଦ । ଏହାକୁ ନେଇ ସାଂସଦମାନେ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସେମାନଙ୍କୁ ସଂସଦକୁ ଆସିବାକୁ ଅନୁମତି ମିଳିଥିଲା ।

ପୂର୍ବରୁ ମୁଇଜ୍ଜୁ ସରକାରଙ୍କ ଭାରତ ବିରୋଧୀ ମନୋଭାବକୁ ଏହି ଦୁଇ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଭାରତ ସହ ଦୀର୍ଘଦିନର ବନ୍ଧୁତାକୁ ନଭୁଲିବାକୁ ମାଳଦ୍ୱୀପର ବିରୋଧୀ ଦଳଗୁଡିକର ଅନୁରୋଧ ଏଡାଇ ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ କରିବାକୁ ରାଷ୍ଟ୍ରପତି ମୁଇଜ୍ଜୁ ଚୀନ ଗସ୍ତ କରିଥିଲେ । ଚୀନ ଗସ୍ତରୁ ଫେରିବା ପରେ ନିଜ ଦେଶର ସାଂସଦଙ୍କୁ ଜବତ କରିବା ଆରମ୍ଭ କରିଛନ୍ତି ମୁଇଜ୍ଜୁ । ମାଳଦ୍ୱୀପ ସଂସଦର ମୋଟ ସାଂସଦ ସଂଖ୍ୟା ୮୭ ଥିବାବେଳ ଏହି ଦୁଇ ବିରୋଧୀ ଦଳ ନିକଟରେ ୫୬ ସାଂସଦ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.