ମଦ ବିକ୍ରିକୁ ମହିଳାଙ୍କ ବିରୋଧ, ବନ୍ଦ କରାନଗଲେ ଆନ୍ଦୋଳନ ଚେତାବନୀ
ଗାଁରେ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ । ଯାଜପୁର ବ୍ଲକ ବଡ ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗାଁର ଶତାଧିକ ଏସଏସଜି ମହିଳା ଏକତ୍ରିତ ହୋଇ ବେଆଇନ ମଦ ବ୍ୟବସାୟର ବିରୋଧ କରିଥିଲେ ।

ଯାଜପୁର (କେନ୍ୟୁଜ): ଗାଁରେ ମଦ ବିକ୍ରିକୁ କେନ୍ଦ୍ର କରି ଉତ୍ତେଜନା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ । ଯାଜପୁର ବ୍ଲକ ବଡ ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗାଁର ଶତାଧିକ ଏସଏସଜି ମହିଳା ଏକତ୍ରିତ ହୋଇ ବେଆଇନ ମଦ ବ୍ୟବସାୟର ବିରୋଧ କରିଥିଲେ ।
ଏହା ସହିତ ପଂଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏପରିକି ମଦ କାରବାର କରୁଥିବା ପରିବାରଙ୍କ ଘରେ ପଶି ମହିଳାମାନେ ତନଖି କରିଥିଲେ । ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ମଦ କାରବାର ବନ୍ଦ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହିଳାମାନେ ।