Below header

ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ, ଦେବଦୂତ ସାଜିଲେ RPF ହେଡ କନେଷ୍ଟବଳ

ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ । ଆଉ ଟିକେ ଟ୍ରେନ୍ ର ବେଗ ବଢିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ କଥାରେ ଅଛି ରଖେ ହରି ତ, ମାରେ କିଏ । ଠିକ୍ ସମୟରେ ଦେବଦୂତ ସାଜି ପହଁଚିଗଲେ ଜଣେ ମହିଳା କନେଷ୍ଟବଳ ।

ଖୋର୍ଦ୍ଧା(କେନ୍ୟୁଜ): ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ । ଆଉ ଟିକେ ଟ୍ରେନ୍ ର ବେଗ ବଢିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ କଥାରେ ଅଛି ରଖେ ହରି ତ, ମାରେ କିଏ । ଠିକ୍ ସମୟରେ ଦେବଦୂତ ସାଜି ପହଁଚିଗଲେ ଜଣେ ମହିଳା କନେଷ୍ଟବଳ । ଆଉ ଅଘଟଣ ଘଟୁ ଘଟୁ ଅଟକିଗଲା । ସତରେ ଯାହାର ଆୟୁଷ ପୂରି ନଥିବ ତାକୁ କଣ ଯମ ନେଇପାରେ। ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ରୋଡ଼ ରେଳବାଇ ପ୍ଲାଟଫର୍ମ ନମ୍ବର ୪ରେ । ଯାହାର ସିସିଟିଭି ଫୁଟେଜ୍ ଆପଣଙ୍କ ସାମ୍ନାରେ ।

ଏକ ନିଶ୍ଚିତ ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଯାଇଛନ୍ତି ବୃଦ୍ଧା । ଟିକେ ଅସାବଧନତା ପାଇଁ ଜୀବନ ଚାଲିଯାଇଥାନ୍ତା ବୃଦ୍ଧା ଜଣଙ୍କର । ମିଳିଥିବା ସୂଚନା ମୁତାବକ ଋଷିକେଶ ପୁରୀ ଉତ୍କଳ ଏକ୍ସପ୍ରେସ ଟ୍ରେନ୍ ଗତକାଲି ଦିନ ୨ଟା ପାଖପାଖି ଖୋର୍ଦ୍ଧା ରୋଡ଼ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୪ ରେ ପହଂଚିଥିଲା । କେଇ ମିନଟ ଭିତରେ ଟ୍ରେନ୍ ଟି ପୁରୀ ଯିବା ପାଇଁ ପ୍ଲାଟଫର୍ମରୁ ଷ୍ଟାର୍ଟ ହୋଇଯାଇଥିଲା । ଠିକ୍ ଏତିକିବେଳେ ତରବରିଆ ଭାବେ ହଠାତ ଜଣେ ବୃଦ୍ଧା ଟ୍ରେନରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ , କିନ୍ତୁ ଟ୍ରେନରେ ଚଢିପାରିନଥିଲେ । ଭାରସାମ୍ୟ ହରାଇ ଟ୍ରେନ୍ ସହିତ ପ୍ଲାଟଫର୍ମରେ ଘୁଷୁଡ଼ି ହୋଇ କିଛି ବାଟ ଆଗକୁ ଚାଲିଆସିଥିଲେ । ତାଙ୍କ ସହିତ ଆଉ ଜଣେ ମହିଳା ବି ଥିଲେ । ଏହି ଘଟଣା ପରେ କଣ କରିବେ ବୋଲି ସେ ମଧ୍ୟ ଉପାୟଶୂନ୍ୟ ହୋଇଗଲେ ।

କିନ୍ତୁ ଏହି ସମୟରେ ହଠାତ୍ ସେହି ପ୍ଲାଟଫର୍ମରେ କର୍ତ୍ତବ୍ୟରତ ଜଣେ RPF ହେଡ କନେଷ୍ଟବଳ ଯାହାଙ୍କ ହେମବତୀ ବେହେରା , ତୁରନ୍ତ ନିଜ ଜୀବନକୁ ବାଜି ଲଗାଇ ଉପସ୍ଥିତ ବୁଦ୍ଧି ଖଟାଇ ବୃଦ୍ଧାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ । ସେ ଯଥାଶୀଘ୍ର ଘଟଣାସ୍ଥଳରେ ପହଁଚି ବୃଦ୍ଧା ଜଣଙ୍କୁ ଉପରକୁ ଟାଣି ଆଣିଥିଲେ । ତେବେ ବୃଦ୍ଧା ଜଣକ ହେଉଛନ୍ତି ମନୋରମ ଶ୍ରୀବସ୍ତବ । ସେ ଖୋର୍ଦ୍ଧା ରୋଡରୁ ପୁରୀ ଯିବାକୁ ଅପକ୍ଷା କରିଥିଲେ । ତେବେ ହେମବତୀଙ୍କ ଏହି ସାହାସିକତା ପାଇଁ ରେଳ ବିଭାଗ ସହ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

ତେବେ ସତ କହିବାକୁ ଗଲେ ମରଣ ମୁହଁରୁ ଫେରିଛି ଜୀବନ । ଛାତି ଥରାଇଲା ଭଳି ଏହି ଦୃଶ୍ୟ । ତେବେ ସିସିଟିଭି କ୍ୟାମେରାରେ ଭିଜୁଆଲ ଦେଖି ଆପଣ ଅନୁମାନ କରିପାରିବେ କେତେ ଭୟାନକ ଥିଲା ଏହି ଘଟଣା। ଭାଗ୍ୟ ଟାଣ ଥିଲା ମରଣ ମୁହଁରୁ ଫେରିଆସିଲେ ବୃଦ୍ଧା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.