କର୍ଣ୍ଣାଟକର ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ

ଦକ୍ଷିଣ କର୍ଣ୍ଣାଟକର ବେଲଥାନଗଡିର କୁକ୍କେଡି ଗାଁରେ ବାଣ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ଗାଡି ପହଞ୍ଚିଥିଲା ।

କର୍ଣ୍ଣାଟକର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମୁତାବକ, ଦକ୍ଷିଣ କର୍ଣ୍ଣାଟକର ବେଲଥାନଗଡିର କୁକ୍କେଡି ଗାଁରେ ବାଣ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ବାଣ ଗୋଦାମରେ ବିସ୍ଫୋରଣ ହେବା ଫଳରେ ଆଖପାଖ ଅଞ୍ଚଳର ଲୋକ ଭୟଭୀତୟ ହୋଇଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ଗାଡି ପହଞ୍ଚିଥିଲା ।

ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ୪ କିମି ଅଞ୍ଚଳ ଯାଏଁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଏଥିପାଇଁ ଲୋକେ ଭୟଭୀତ ହୋଇଥିଲେ । ତୁରନ୍ତ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଗାଡି ପହଞ୍ଚିଥିଲା । ତେବେ ଏହି ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିଛି । ପୋଲିସ ବିସ୍ଫୋରଣର କାରଣ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.