ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡ଼ି, ଜଣେ ଗୁରୁତର

ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡ଼ି। ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୋଳ ଜିଲ୍ଲା ପାଳଲହଡ଼ା ଖମାର ଟୋଲଗେଟ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଏକ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ। ତା ପଛକୁ ଧକ୍କା ଦେଲା ଏକ ପିକଅପ ଭ୍ୟାନ। ଟ୍ରକ ଓ ଟ୍ରଲରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ୩ ଟି ଗାଡ଼ି।

ଅନୁଗୁଳ (କେନ୍ୟୁଜ) : ସିରିଜ ଦୁର୍ଘଟଣାରେ ଜଳିଗଲା ୩ ଗାଡ଼ି । ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୋଳ ଜିଲ୍ଲା ପାଳଲହଡ଼ା ଖମାର ଟୋଲଗେଟ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଏକ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ । ତା ପଛକୁ ଧକ୍କା ଦେଲା ଏକ ପିକଅପ ଭ୍ୟାନ । ଟ୍ରକ ଓ ଟ୍ରଲରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ୩ ଟି ଗାଡ଼ି । ପାଳଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଦୁର୍ଘଟଣାରେ ଗୁରୁତର ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ଟି ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ରହିଛନ୍ତି । ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.