Below header

ନବ ଦାସଙ୍କ ହତ୍ୟାକୁ ଆଜି ପୂରିଲା ବର୍ଷେ, ବର୍ଷକ ଭିତରେ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ

ନବ ଦାସଙ୍କ ହତ୍ୟାକୁ ଆଜି ବର୍ଷେ ପୂରିଛି । ଗତବର୍ଷ ଆଜି ଦିନରେ ଏହି ହାଇପ୍ରୋଫାଇଲ୍ ମର୍ଡର ହୋଇଥିଲା । ଦିନ ଦ୍ବିପ୍ରହରରେ ବ୍ରଜରାଜନଗର ଗାନ୍ଧି ଛକରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ଏଏସଆଇ ଗୋପାଳ ଦାସ ।

ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କ ହତ୍ୟାକୁ ଆଜି ବର୍ଷେ ପୂରିଛି । ଗତବର୍ଷ ଆଜି ଦିନରେ ଏହି ହାଇପ୍ରୋଫାଇଲ୍ ମର୍ଡର ହୋଇଥିଲା । ଦିନ ଦ୍ବିପ୍ରହରରେ ବ୍ରଜରାଜନଗର ଗାନ୍ଧି ଛକରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ଏଏସଆଇ ଗୋପାଳ ଦାସ । ତାକୁ ତୁରନ୍ତ ଗିରଫ କରିଥିଲା ପୋଲିସ। ସେତେବେଳେ ଏହି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ରାଜ୍ୟରେ ପ୍ରଥମ ଘଟଣା ।

ଏହାରି ଭିତରେ କ୍ରାଇମବ୍ରାଞ୍ଚ ଗୋପାଳ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗୋପାଳକୁ ଜେରା ସହିତ ବ୍ରହ୍ମପୁରରେ ଗୋପାଳ ପରିବାରକୁ ପଚରାଉଚରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସଙ୍କୁ ଦାୟିତ୍ଵ ଦେଇଥିଲେ ହାଇକୋର୍ଟ । ଗୋପାଳକୁ ରିମାଣ୍ଡରେ ନେଇ ମାରାଥନ୍ ‍ ଜେରା କରିଥିଲା ତଦନ୍ତକାରୀ ଟିମ୍ । ସୁସ୍ଥ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ସେ ନବ ଦାସଙ୍କୁ ଗୁଳି କରିଥିବା ମାନିଛି ଗୋପାଳ । ଏବେ ଅପେକ୍ଷା ତାକୁ କି ଦଣ୍ଡ ଦେବେ କୋର୍ଟ । ହେଲେ ଏବେବି ରହସ୍ୟ ଘେରରେ ରହିଛି ନବ ଦାସଙ୍କ ହତ୍ୟା ଘଟଣା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.