Below header

କୋରାପୁଟରେ ଜୁରାସିକ ୱାର୍ଲଡ଼: ରଙ୍ଗିନ ପାହାଡ଼ ଉପରେ ମାଳ ମାଳ ଡାଇନୋସର, ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ

ରାସ୍ତା କଡ଼ରେ ମନମୋହୁଛି ରଙ୍ଗିନ ପାହାଡ଼ । ସମସ୍ତଙ୍କ ଆଖି ଥରେ ବୁଲି ଆସୁଛି ସେଇ ରଙ୍ଗିନ ପାହାଡ଼ ଉପରେ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଅପରାଧିକ ଷଡ଼ଯନ୍ତ୍ର ର ଆଡ୍ଡା ପାଲଟିଥିବା ପାହାଡ଼ ଆଜି ମନୋଞ୍ଜନର ଗନ୍ତାଘର ପାଲଟିଛି । ଆପଣ ଶୁଣିଥିବେ ଡିଜ଼ନି ୱାର୍ଲଡ କିନ୍ତୁ ଆମେ ଦେଖେଇବୁ ଜୁରାସିକ ୱାର୍ଲଡ।

ଜୟପୁର(କେନ୍ୟୁଜ): ରାସ୍ତା କଡ଼ରେ ମନମୋହୁଛି ରଙ୍ଗିନ ପାହାଡ଼ । ସମସ୍ତଙ୍କ ଆଖି ଥରେ ବୁଲି ଆସୁଛି ସେଇ ରଙ୍ଗିନ ପାହାଡ଼ ଉପରେ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଅପରାଧିକ ଷଡ଼ଯନ୍ତ୍ର ର ଆଡ୍ଡା ପାଲଟିଥିବା ପାହାଡ଼ ଆଜି ମନୋଞ୍ଜନର ଗନ୍ତାଘର ପାଲଟିଛି । ଆପଣ ଶୁଣିଥିବେ ଡିଜ଼ନି ୱାର୍ଲଡ ବିଷୟରେ କିନ୍ତୁ ଆମେ ଆଜି ଜୁରାସିକ ୱାର୍ଲଡ ବିଷୟରେ ଜଣାଇବୁ।

ଏନ ଏଚ ୨୬ । ଯାହା କଡ଼ରେ ମନଲୋଭା ଆକର୍ଷଣୀୟ ଏଇ ରଙ୍ଗିନ ପାହାଡ଼ । ଯୋଉଠି ଛୋଟ ବଡ଼ ମାଳ ମାଳ ଡାଇନୋସର । କୋରାପୁଟ ବୋରିଗୁମ୍ମା ବ୍ଲକ ଖଖୁଡିଗୁଡାର ଜୁରାସିକ ୱାର୍ଲଡ଼ ଓ ଜଳ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ମହକି ଉଠୁଛି ଜାତୀୟ ରାଜପଥ କଡ଼ରେ ଥିବା ଏହି ପାର୍କ । ଏଠିକି ଯିବାକୁ ହେଲେ ଛୋଟ ଛୋଟ ପାହାଡ଼ କଟା ସୁନ୍ଦର ପାହାଚ ଦେଇ ଯିବାକୁ ପଡ଼େ । ଛୋଟ ବଡ ଭଳିକି ଭଳି ଡାଇନୋସର ପିଲାଙ୍କୁ ଆକର୍ଷିତ କରୁଛି । ଛୋଟ ଠୁ ବଡ଼ ସମସ୍ତ ଙ୍କ ପାଇଁ ଶିଶୁ ଉଦ୍ୟାନ ସୁଇମିଙ୍ଗ ପୁଲ, ୱାଟର ଡ୍ୟାନ୍ସ , ୱାଟର ମିୟୁଜିକ ଆଉ ଛୋଟ ପିଲାଙ୍କ ପାଇଁ ଭଳିକି ଭଳି ମନୋରଞ୍ଜନ ସହ ଭିଡିଓ ଗେମ ଜୋନ ସବୁ କିଛି ରହିଛି ଗୋଟିଏ ସ୍ଥାନରେ ।

ସମସ୍ତ ବର୍ଗର ଲୋକଙ୍କ ପାଇଁ ରହିଛି ମନୋରଞ୍ଜନ ର ଖୋରାକ ଆଉ ପ୍ରତିଦିନ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଅସାମାଜିକ ଆଡ୍ଡା ପାଲଟିଥିବା ଏଇ ଲଣ୍ଡା ପାହାଡ଼କୁ ପ୍ରଶାସନ ପକ୍ଷରୁ ସୁନ୍ଦର ଓ ଆକର୍ଷଣିୟ ପାର୍କରେ ପରିଣତ କରିବା ସହ ଉଦଘାଟନ ର ଅଳ୍ପ ଦିନ ମଧ୍ୟରେ ଲୋକଙ୍କୁ ବେଶ ଆକୃଷ୍ଟ କରିପାରିଛି ବୋରିଗୁମ୍ମାର ଏହି ଜୁରାସିକ ୱାର୍ଲଡ । ୨ କୋଟି ଟଙ୍କା ବୟରେ ତିଆରି ଏହି ପାର୍କ ଵର୍ତମାନ କୋରାପୁଟ ଓ ନଂବରଂପୁର ଜିଲ୍ଲା ର ଆକର୍ଷଣ ପାଲଟିଥିବା କହନ୍ତି ପର୍ଯ୍ୟଟକ ଆଉ ସୁରକ୍ଷିତ ରଖିବା କୁ ଅନୁରୋଧ ବି କରିଛନ୍ତି ।

ତେବେ କେବଳ ମନୋରଜନ ନୁହେଁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କେଣ୍ଟିନର ବ୍ୟବସ୍ଥା କରିଛି ପ୍ରଶାସନ । କେଣ୍ଟିନରେ ଲୋକେ ଖାଦ୍ୟ ପେୟର ସୁବିଧା ପାଇବା ସହ ଏସଏଚଜି ମହିଳା ମାନେ ରୋଜଗାର ପାଇଛନ୍ତି । ଆକର୍ଷଣରେ ରହିଛି ମାଣ୍ଡିଆ, ସୁ°ଆରେ ପ୍ରସ୍ତୁତି ପରମ୍ପରିକ ଖାଦ୍ୟ । ଖାଲି ମନୋରଜନ ନୁହେଁ ଏଇ ଅଞ୍ଚଳର ଉତ୍ପାଦିତ ସାମଗ୍ରୀ ବିକ୍ରି ଉଦେଶ୍ୟରେ ଓରମାସ ପକ୍ଷରୁ ଷ୍ଟଲ ଖୋଲା ଯାଇଛି ଯେଉଁଠି ମିଶନ ଶକ୍ତି ମାଧ୍ୟମରେ କଳାଜିରା ଚାଉଳ, ହଳଦୀ , ମାଣ୍ଡିଆ ଚୁନା, ହଳଦୀ ତିଆରି ସାବୁନ, ଲେମନ ଗ୍ରାସ ଭଳି କୋରାପୁଟ ର ହାତ ତିଆରି ଅନେକ ଜିନିଷ ।

ପର୍ଯ୍ୟଟକ ମାନେ ଜୁରାସିକ ୱାର୍ଲଡ଼ ବୁଲିବା ସହ କୋରାପୁଟର ହାତ ତିଆରି ଜିନିଷ କ୍ରୟ କରିବା ସହ ଏସଏଚଜି ମହିଳା ସ୍ୱାବଲମ୍ବୀ ହୋଇପାରିବା ମୁଳ ଲକ୍ଷ । ତେବେ ଜୁରାସିକ ୱାର୍ଲଡ଼ ହେବା ଦ୍ଵାରା ସ୍ଥାନୀୟ ଲୋକେ ନିୟୋଜିତ ହେବା ସହି ଆଖପାଖ ରେ ଦୋକାନ କରି ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି ଲୋକେ ।

ଦିନ ଥିଲା ଏହି ପାହାଡ଼ ରେ ଅସାମାଜିକ ଲୋକଙ୍କ ଆଡା ଜମୁଥିଲା ସ°ଧ୍ୟାହେଲେ ଏଇଠୁ ଆରମ୍ଭ ହେଉଥିଲା ଅପରାଧିକ ଷଡଯନ୍ତ୍ର । କିନ୍ତୁ ସମୟ ଅନୁସାରେ ପ୍ରଶାସନର ଉଦ୍ୟମରେ ବଦଳିଲା ଚିତ୍ର । ବର୍ତମାନ ଚଳଚଞ୍ଚଳ ଏହି ପାହାଡ଼ ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.